ପାଟଣାଗଡ,୨୩/୧୨ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତାଦଳ ତରଫରୁ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ସରୋଜ ମେହେରଙ୍କ ନେତୃତ୍ୱରେ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ବିଗତ ଦିନରେ ପ୍ରତି ପଞ୍ଚାୟତ ଓ ଏନଏସିରେ ମିନିମାରାଥନ କରାଯାଇଥିବାବେଳେ ସେଠାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୭୬ଜଣ ପ୍ରତିଯୋଗୀମାନେ ଏହି ମାରାଥନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।

ପାଟଣାଗଡ଼ ସରମୁହାଣ ବ୍ରିଜଠାରୁ ବିଜୁ ଜନତା ଦଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୮କିଲୋମିଟର ପର୍ଯ୍ୟନ୍ତ ଏହି ମାରାଥନ ଅନୁଷ୍ଠିତ ହୋଇଥିବାବେଳେ ବରପଦର ପଞ୍ଚାୟତ କୁତୁମୁଣ୍ଡା ଗ୍ରାମର ଡୋଲାମଣି ଚିରଗୁନ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ପ୍ରତିଯୋଗିତାର ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିବାବେଳେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ଯଥାକ୍ରମେ ୫୧ହଜାର, ୩୧ହଜାର ଓ ୧୧ହଜାର ସହିତ ମାନପତ୍ର ଓ ଟ୍ରଫି ଦେଇ ଶ୍ରୀ ମେହର ସେମାନଙ୍କୁ ସମ୍ମାନିତ କରିଥିଲେ । ଏହି କର୍ଯ୍ୟକ୍ରମରେ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥଲେ।