ଭୁବନେଶ୍ୱର ୧୬/୧୨:  ଆସନ୍ତା ବର୍ଷ ଜାନୁଆରୀରେ ହେବ ବିଜେଡିର ସାଙ୍ଗଠନିକ ନିର୍ବାଚନ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି। ସଭ୍ୟ ସଂଗ୍ରହ ଅଭିଯାନ ଭଲ ଭାବେ ଚାଲିଛି। ଡିସେମ୍ବର ୨୧ ସୁଦ୍ଧା ଟାର୍ଗେଟ ହାସଲ କରିବାକୁ କୁହାଯାଇଛି। ଏହା ପରେ ସବୁ ଆଡୁ ରିପୋର୍ଟ ଆସିବା ପରେ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ତାକୁ ଯାଞ୍ଚ କରି ରିପୋର୍ଟ ଦଳୀୟ ସଭାପତିଙ୍କୁ ଦେବ। ତାପରେ ଚୂଡାନ୍ତ ସଭ୍ୟ ତାଲିକା ଆସିବ। ୨୪ ଜଣ ପ୍ରାଥମିକ ସଦସ୍ୟରେ ଜଣେ ସକ୍ରିୟ ସଦସ୍ୟ ରହିବେ। ତେବେ ସାଙ୍ଗଠନିକ ନିର୍ବାଚନ ପରେ ବି ବର୍ଷ ତମାମ ସଭ୍ୟ ସଂଗ୍ରହ ହୋଇ ପାରିବ। ୱାର୍ଡ କମିଟି ଅନେକ ସ୍ଥାନରେ ଗଠନ ସରିଲାଣି।