କୋରାପୁଟ, ୦୭/୦୬: ଶନିବାର କୋରାପୁଟ ଜିଲ୍ଲା ବିଜେଡି ପକ୍ଷରୁ ଏକ ଟିମ୍ ଶହୀଦ ଲକ୍ଷ୍ମଣ ନାୟକ କଲେଜ ଏବଂ ହସ୍ପିଟାଲରେ ୬ ଜଣ ରୋଗୀଙ୍କ ଏକକାଳୀନ ମୃତ୍ୟ ଘଟଣାରେ ଏକ ଦଳ ମେଡିକାଲ ସର୍ଜରୀ ଆଇସିୟୁ ପରିଦର୍ଶନ କରିବା ସହ ହସ୍ପିଟାଲ ଅଧିକ୍ଷକ ସୁଶାନ୍ତ ସାହୁଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା କାଳରେ ଅଧିକ୍ଷକଙ୍କୁ ରୋଗୀ ମୃତ୍ୟୁ କାରଣ ଓ କଲେଜର ଅବେହେଳାକୁ ନେଇ ପ୍ରଶ୍ନ କରିବା ସହ ସ୍ୱଚ୍ଛ ତଦନ୍ତ କରିବାକୁ ଦାବି କରିଥିଲେ ।
ସେହିପରି ଟିମ୍ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସିଡିଏମଓ ବେଣୁଧର ଶବରଙ୍କ ସହ ଆଲୋଚନା କରି ମୃତକଙ୍କ ପରିବାର ପାଇଁ କ'ଣ କ୍ଷତିପୂରଣ ଦିଆଯାଇଛି, ସେନେଇ ପ୍ରଶ୍ନ କରିଥିଲେ । ଏହା ସହିତ ମେଡିକାଲରେ ଥିବା ମୃତ ଶୂକ୍ରା ମାଝୀଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରି ବିଜେଡି ଟିମ୍ ୨୫,୦୦୦ ଟଙ୍କା ପ୍ରଦାନ କରିଛି। ସେହିପରି ମୃତ ବତୀ ଖରାଙ୍କ ଗାଁକୁ ଯାଇ ସ୍ୱାମୀ ପଦୁ ଟାକିରୀଙ୍କୁ ଭେଟିବା ସହ ତାଙ୍କୁ ୨୫,୦୦୦ ଟଙ୍କା ସହାୟତା ଦେଇଛି ବିଜେଡି ।