ପ୍ରମୂଖ ଖବର
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ପଥଚାରୀଙ୍କ ପାଇଁ ଦ୍ଵାରଶୁଣି ଘାଟି ରାସ୍ତା ମରଣଯନ୍ତା, ମରାମତି ନହେଲେ ବିଜେଡି କରିବ ରାସ୍ତା ଅବରୋଧ

Published By : Harapriya Sethi | November 8, 2024 1:10 PM

ବାଙ୍ଗିରିପୋଷି,୦୮/୧୧: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥର ଦ୍ଵାରଶୁଣି ଘାଟି ରାସ୍ତା ପଥଚାରୀଙ୍କ ପାଇଁ ପାଲଟିଛି ମରଣଯନ୍ତା । ରାସ୍ତା ମରାମତି ଅଭାବରୁ ଜାତୀୟ ରାଜପଥ ଉପରେ ଆଣ୍ଠୁଏ ଖାଲ ହେଇଛି । ଧୂଳି ଉଡି ମୁହଁକୁ ମୁହଁ ଦିଶୁନି । ଦିନବେଳେ ବି ଗାଡି ଚାଳକଙ୍କୁ ଲାଇଟ ଦେଇ ଯିବାକୁ ପଡୁଛି । 

ରାସ୍ତା ସମ୍ପ୍ରସାରଣ ଓ ମରାମତି କାର୍ଯ୍ୟ ନେଇ ଥିବା ଠିକା କମ୍ପାନୀର ମନମୁଖୀ ଏବଂ ମନ୍ଥର ଗତିରେ କାର୍ଯ୍ୟ ଯୋଗୁଁ ମାସ ମାସ ବିତି ଯାଇଥିଲେ ସୁଦ୍ଧା ଘାଟି ରାସ୍ତା ଅଧିକାଂଶ ସମୟରେ ଜାମ୍‌ ରହିବା ସହ ଛୋଟ ବଡ ଦୁର୍ଘଟଣା ଘଟୁଛି । ଏଥିପ୍ରତି ରାଜ୍ୟ ସରକାର, ପ୍ରଶାସନ କିମ୍ୱା ଜାତୀୟ ରାଜପଥ ବିଭାଗ ପକ୍ଷରୁ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉ ନାହିଁ। 

ଏହାକୁ ଦେଖି ବିଜେଡି ତରଫରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଥିନେଇ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡୀ ନିଜ ପ୍ରତିକ୍ରିୟାରେ ମୟୂରଭଞ୍ଜ ଜିଲ୍ଲା ପ୍ରତି ଡବଲ ଇଞ୍ଜିନ ସରକାରଙ୍କ ଡବଲ ପ୍ରତାରଣା ବୋଲି କହିଛନ୍ତି । ଅନ୍ୟପକ୍ଷେ ଏଥିନେଇ ପ୍ରାକ୍ତନ ଏସଡିସି ଅଧ୍ୟକ୍ଷ ଡ଼ା ଦେବାଶିଷ ମାର୍ଣ୍ଡୀ ଓ ପ୍ରାକ୍ତନ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ମହାନ୍ତି ବାଙ୍ଗିରିପୋଷି ଘାଟି ରାସ୍ତା ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହା ସହ ବହୁ ବିଜେଡି କାର୍ଯ୍ୟକର୍ତ୍ତାଙ୍କ ସହିତ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ବିଷୟରେ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ଆଗକୁ ଏଥିପ୍ରତି ଏନଏଚଏଆଇ କିମ୍ଵା ସରକାରଙ୍କ ତରଫରୁ କୌଣସୀ ପଦକ୍ଷେପ ଗ୍ରହଣ ନକରାଯାଏ, ତେବେ ବିଜେଡି ତରଫରୁ ଆନ୍ଦୋଳନ ପନ୍ଥା ଗ୍ରହଣ କରି ଆସନ୍ତା ୨୨ ତାରିଖରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରାଯିବ ବୋଲି ଉଭୟ ନେତା ଚେତାବନୀ ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.