ଭୁବନେଶ୍ଵର, ୨୨/୦୬ : ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଘଟଣା। କଂଗ୍ରେସ ଓ ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି ୮ ବିଧାୟକଙ୍କ ବିରୋଧରେ କ୍ରସ୍ ଭୋଟିଂ ଅଭିଯୋଗ ଆଣିଥିଲା। ସେହିପରି କଂଗ୍ରେସ ମଧ୍ୟ ୩ ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିଲା।

ଆହୁରି ପଢନ୍ତୁ- ୮ ନିଲମ୍ଵିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଭେଟିଲା ବିଜେଡି : ପ୍ରମିଳା ମଲ୍ଲିକଙ୍କ ଆହ୍ଵାନ 'ନିଜକୁ ଲୋକପ୍ରିୟ ଭାବୁଥିଲେ ଉପନିର୍ବାଚନକୁ ଓହ୍ଲାଅ'

ସୂଚନା ଥାଉକି, ଚଳିତ ବର୍ଷ ମାର୍ଚ୍ଚ ମାସରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେଡିର ୮ ବିଧାୟକ ସୌଭିକ୍ ବିଶ୍ଵାଳ, ଦେବୀ ରଞ୍ଜନ ତ୍ରିପାଠୀ, ଚନ୍ଦ୍ରମଣି କହଁର, ସୁବାଷିନୀ ଜେନା, ନବ କିଶୋର ମଲ୍ଲିକ, ରମାକାନ୍ତ ଭୋଇ, ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ର କ୍ରସ୍ ଭୋଟିଂ କରିଥିଲେ। ଏହି ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେଡି ବାଚସ୍ପତିଙ୍କୁ ଭେଟି ଦାବି କରିଥିଲା। ବାଚସ୍ପତିଙ୍କ ନିକଟରେ ସମସ୍ତେ ପକ୍ଷ ରଖିଥିଲେ। 

କଂଗ୍ରେସ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ଆବେଦନ ମଧ୍ୟ ଖାରଜ ହୋଇଯାଇଛି। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପାଇଁ ୩ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସ ଆବେଦନ କରିଥିଲା। ସୋଫିଆ ଫିର୍ଦ୍ଦୋଷ, ରମେଶ ଜେନା, ଦାଶରଥୀ ଗମାଙ୍ଗଙ୍କ ସଦସ୍ୟତା ରଦ୍ଦ ପାଇଁ ଆବେଦନ କରା ଯାଇଥିଲା। ବିଜେଡି ସହ କଂଗ୍ରେସର ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ବାଚସ୍ପତି ସୁରମା ପାଢୀ।

ଆହୁରି ପଢନ୍ତୁ- ଶୀଘ୍ର ଗଢ଼ାହେଉ ବିଧାନସଭା ଷ୍ଟାଣ୍ଡିଂ କମିଟି, ରାଜ୍ୟପାଳଙ୍କୁ ଚିଠି ଲେଖିଲେ ରଣେନ୍ଦ୍ର, ଗଣେଶ୍ୱର, ରାମଚନ୍ଦ୍ର କାଡାମ

ମୌସୁମୀ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା , ୩ ଦିନ ଯାଏ ଝଡ଼ବର୍ଷା ଆଲର୍ଟ