ଭୁବନେଶ୍ୱର,୩୦/୧୧: ଭୁବନେଶ୍ବର ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅବସରରେ ବିଜେବି ଷ୍ଟୁଡେଣ୍ଟ୍ ଭଏସ୍ ଦ୍ଵାରା ମହା ଆଡ଼ମ୍ବରରେ ଆୟୋଜିତ ହୋଇଥିଲା ବିଜେବି ଫେଷ୍ଟ -୨୦୨୫।ଏଥିରେ କଲେଜ ପିଲାଙ୍କ ଦ୍ଵାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ସୁଗ୍ୟାନି ମହାପାତ୍ର ଓ ମ୍ରିଣମୟଏମ୍ଏସ୍ ନାଇଟ ରେ ଛାତ୍ର ଛାତ୍ରୀ ଝୁମିଥିଲେ। ମହାବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ପୁରାତନ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଯାଇଥିଲା।
ଏହି ଉତ୍ସବକୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ବାବୁ ସିଂ, ଆକାଶ ଦାସ ନାୟକ, ଟଙ୍କଧର ତ୍ରିପାଠୀ, ମହାବିଦ୍ୟାଳୟର ଅଧ୍ୟକ୍ଷା ଝୁମୁକୀ ରଥ ପ୍ରମୁଖ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଦେଶ ଓ ସମାଜର ବିକାଶରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ଏକାମ୍ର ବିଧାୟକ ବାବୁ ସିଂ। ବିଜେବି କଲେଜ ଷ୍ଟୁଡେଣ୍ଟ୍ ଭଏସ୍ର କର୍ମକର୍ତ୍ତା ଭଗବାନ ସାହୁ, ସ୍ମୃତି ରଞ୍ଜନ ପଣ୍ଡା, ଚନ୍ଦ୍ର ଶେଖର ପାଢ଼ୀ, ଅଭିଜିତ କୁମାର ଦେବତା, ଦେବାଶିଷ ସେଠୀ, ଚନ୍ଦନ ସେଠୀ, ବିଭାଂଶୁ ପ୍ରଧାନଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା।