ନୂଆଦିଲ୍ଲୀ,୧୭/୦୪; ସଂସଦର ସ୍ୱତନ୍ତ୍ର ଅଧିବେଶନ ସମୟରେ ଲୋକସଭାରେ ନାରୀ ଶକ୍ତି ବନ୍ଦନ ସଂଶୋଧନ ଆଇନ ଏବଂ ସୀମା ନିର୍ଦ୍ଧାରଣ ବିଲ୍ ୨୦୨୬ ଉପରେ ଆଲୋଚନା ହୋଇଛି । ଏହି ସମୟରେ ବିରୋଧୀ ଦଳ ସରକାରଙ୍କୁ ପ୍ରଶ୍ନ କରିଛି । ଯେତେବେଳେ ଭୋଟିଂ ହୋଇନାହିଁ ମହିଳା ସଂରକ୍ଷଣ ଆଇନର ବିଜ୍ଞପ୍ତି କିପରି ଜାରି କରାଗଲା । ସୀମା ନିର୍ଦ୍ଧାରଣ ସମ୍ପର୍କରେ କଂଗ୍ରେସ କହିଛି ଯେ, ଜନଗଣନା ପୂର୍ବରୁ ସୀମା ନିର୍ଦ୍ଧାରଣ କାର୍ଯ୍ୟାକରୀ କରିବା କେବଳ ସମ୍ବିଧାନକୁ ଦୁର୍ବଳ କରୁଛି । ମହିଳା ସଂରକ୍ଷଣ ଆଇନ ଉପରେ ବକ୍ତବ୍ୟ ରଖି ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି ବାଚସ୍ପତି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିବା ଉଚିତ୍ ।
'ତୁମେ ସୀତାଜୀଙ୍କୁ ଭୁଲି ଯାଇଛି'- ବିଜେପିକୁ ଟାର୍ଗେଟ କରି କଲ୍ୟାଣ ବାନାର୍ଜୀ କହିଛନ୍ତି, ମନ୍ତ୍ରୀମଣ୍ଡଳରେ ୫୦ ପ୍ରତିଶତ ସଂରକ୍ଷଣ ରହିବା ଉଚିତ୍ । ଲୋକସଭା ଆସନ ପାଇଁ ମଧ୍ୟ ଏକ ପ୍ରତିଶତ କୋଟା ସ୍ଥିର କରାଯିବା ଉଚିତ୍ । ଆମେ ଦେବୀ ଦୁର୍ଗାଙ୍କୁ ପୂଜା କରୁ ଯାହାଙ୍କୁ ପ୍ରଭୁ ରାମ ମଧ୍ୟ ପୂଜା କରୁଥିଲେ । ତମେ ଜୟଶ୍ରୀରାମ ମଧ୍ୟ କୁହ ଯେତେବେଳେ ଜୟ ସିଆ ରାମ କହୁ । ଏହିପରି ତୁମେ ସୀତାଙ୍କୁ ଭୁଲିଗଲ ।
ଲୋସସଭାରେ ମହିଳା ସଂରକ୍ଷଣ ଆଇନ ସହ ଜଡ଼ିତ ସମ୍ବିଧାନ (୧୩୧ତମ) ସଂଶୋଧନ ବିଲ୍ ୨୦୨୬ ସୀମା ନିର୍ଦ୍ଧାରଣ ବିଲ୍ ୨୦୨୬ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍ ୨୦୨୬ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ସେ ଦାବି କରିଥିଲେ ଯେ, ବିଜେପି ଭିତରେ ମହିଳାଙ୍କ ପ୍ରତି କୌଣସି ସମ୍ମାନ ନାହିଁ,ଯେତେବେଳେ ତୃଣମୂଳ କଂଗ୍ରେସ ଲୋକସଭାରେ ମହିଳାଙ୍କୁ ୩୯ ପ୍ରତିଶତ ଏବଂ ରାଜ୍ୟସଭାରେ ୪୬ ପ୍ରତିଶତ ପ୍ରତିନିଧିତ୍ୱ ଦେଇଛି । କଲ୍ୟାଣ ବାନାର୍ଜୀ କହିଛନ୍ତି, ପ୍ରଧାନମନ୍ତ୍ରୀ ପରବର୍ତ୍ତୀ ନିର୍ବାଚନରେ ହାରିବା ଅନୁଭବ କରିବା ମାତ୍ରେ ସେ ଖେଳର ନିୟମ ପରିବର୍ତ୍ତନ କରନ୍ତି ।
ଏହା ବି ପଢନ୍ତୁ...Rajya Sabha; ଲଗାତାର ତୃତୀୟ ଥର ହରିବଂଶ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚିତ, ପ୍ରଧାନମନ୍ତ୍ରୀ କହିଲେ ହରି କୃପା ରହୁ...
କଲ୍ୟାଣ ବାନାର୍ଜୀ କହିଛନ୍ତି ଯେ, ତୃଣମୂଳ କଂଗ୍ରେସର ୨୯ ଜଣ ଲୋକସଭା ସଦସ୍ୟଙ୍କ ମଧ୍ୟ ୧୧ ଜଣ ମହିଳା ଏବଂ ୧୩ ଜଣ ରାଜ୍ୟସଭା ସଦସ୍ୟଙ୍କ ମଧ୍ୟରୁ ୬ ଜଣ ଅଛନ୍ତି । ଏହା ଘରଠାରୁ ଆରମ୍ଭ ହୁଏ । ସରକାର ମୂଳ ବିଲ୍ କାର୍ଯ୍ୟକାରୀ ନକରି ସଂଶୋଧନ ବିଲ୍ ଆଣିଥିଲେ ଏବଂ କେହି ଜଣେ ତ୍ରୁଟିପୂର୍ଣ୍ଣ ପ୍ରକ୍ରିୟା ଦର୍ଶାଇବା ପରେ ଗୁରୁବାର ରାତିରେ ମୂଳ ଆଇନ କାର୍ଯ୍ୟକାରୀ କରିବା ପାଇଁ ଏକ ବିଜ୍ଞପ୍ତି ଜାରି କରିଥିଲେ ।
କଲ୍ୟାଣ ବାନାର୍ଜୀ ଆହୁରି କହିଛନ୍ତି, ମନ୍ତ୍ରୀମଣ୍ଡଳର ୫୦ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସରକ୍ଷିତ ହେବା ଉଚିତ୍ । ଏହା ସହିତ ପ୍ରଧାନମନ୍ତ୍ରୀ ପଦ ମଧ୍ୟ ମହିଳାଙ୍କ ପାଇଁ ସରକ୍ଷିତ ହେବା ଉଚିତ୍ । ଯେକୌଣସି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦି ପରବର୍ତ୍ତୀ ସମୟରେ ପଦରେ ରହିବେ ନାହିଁ । ମୋର ବାଚସ୍ପତି ଓମ୍ ବିର୍ଲା ଜୀଙ୍କ ପ୍ରତି ବହୁତ ସମ୍ମାନ ଅଛି । ସେ ଜଣେ ବହୁତ ଭଲ ବ୍ୟକ୍ତି । କିନ୍ତୁ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି କ୍ଷମତାକୁ ଆସିବ ନାହିଁ । ତେଣୁ ଲୋକସଭା ନିର୍ବାଚନରେ ବିଜେପି କ୍ଷମତାକୁ ଆସିବ ନାହିଁ, ତେଣୁ ଲୋକସଭା ବାଚସ୍ପତି ପଦ ମଧ୍ୟ ମହିଳାଙ୍କ ପାଇଁ ସଂରକ୍ଷିତ ହେବା ଉଚିତ୍ ।