ନୂଆଦିଲ୍ଲୀ,୧୭/୦୪; ସଂସଦୀୟ ଇତିହାସରେ ପ୍ରଥମ । ମନୋନୀତ ସାଂସଦ ହରିବଂଶ ନାରାୟଣ ସିଂହ ଲଗାତାର ତୃତୀୟ ଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ଭାବରେ ନିରପେକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ସେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଧିଷ୍ଠିତ ହେବାରେ ସଂସଦୀୟ ଇତିହାସରେ ପ୍ରଥମ ମନୋନୀତ ସାଂସଦ ହୋଇଛନ୍ତି । ବିରୋଧୀ ଶିବିରରେ ଏହି ପଦବୀ ପାଇଁ ପ୍ରାର୍ଥୀ ନଥିବାରୁ ସେ ନିର୍ବାଚିତ ହୋଇଛନ୍ତି । ଆନୁଷ୍ଠାନିକ ଭାବେ ଏହା ଘୋଷଣା କରାଯାଇଛି । ଏ ନେଇ ହରିବଂଶକୁ ପ୍ରଧାନମନ୍ତ୍ରୀ ମୋଦିସ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଅନ୍ୟ ସଦସ୍ୟ ତାଙ୍କର ତୃତୀୟା କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ପାର୍ଲାମେଣ୍ଟରେ ତାଙ୍କର ଭୂମିକା ଗଣତନ୍ତ୍ରକୁ ମଜବୁତ୍‌ କରିବ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥର ହରିବଂଶଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରିଛନ୍ତି ରାଷ୍ଟ୍ରପତି ।

​​​​​​​ପ୍ରଧାନମନ୍ତ୍ରୀ ମୋଦି କଣ କହିଲେ ? ରାଜ୍ୟସଭା ଉପାଧ୍ୟକ୍ଷ ଭାବରେ ହରିବଂଶ ନାରାୟଣ ସିଂହ ନିର୍ବାଚିତ ହେବାକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, '' ଲଗାତାର ତୃତୀୟ ଥର ଉପାଧକ୍ଷ ଭାବରେ ଆପଣଙ୍କ ନିର୍ବାଚନ ଏହି ଗୃହର ଆପଣଙ୍କ ଉପରେ ଥିବା ଗଭୀର ବିଶ୍ୱାସର ପ୍ରମାଣ । ବିଗତ ସମୟରେ ଆପଣଙ୍କ ଅଭିଜ୍ଞତାରୁ ଗୃହକୁ ବହୁତଚ ଲାଭ ହୋଇଛି, ଏବଂ ଆପଣ ସମସ୍ତଙ୍କୁ ସାଙ୍ଗରେ ନେବା ପାଇଁ ପ୍ରୟାସ କରିଛନ୍ତି । ଆମେ ସମସ୍ତେ ଦେଖିଛୁ ଯେ ହରିବଂଶ ଜୀଙ୍କ ନେତୃତ୍ୱରେ ଗୃହର ଶକ୍ତି ପ୍ରଭାବଶାଳୀ ହୋଇଛି । ସେ କେବଳ ଗୃହର କାର୍ଯ୍ୟ ପରିଚାଳନା କରନ୍ତି ନାହିଁ ବରଂ ଗୃହକୁ ବିସ୍ତୁତ ଭାବରେ ସମୃଦ୍ଧ କାର୍ଯ୍ୟକାଳ ସମାନ ମନୋଭାବ, ସନ୍ତୁଳନ ଏବଂ ସମର୍ପଣ ସହିତ ଆଗକୁ ବଢିବା ଆମର ସମସ୍ତ ପ୍ରୟାସ ସହିତ, ଗୃହର ମର୍ଯ୍ୟାଦା ନୂଆ ଶିଖରରେ ପହଞ୍ଚିଛି । ମୁଁ ହରିବଂଶଙ୍କ ସହିତ ମୋର ବିଚାର ବାବଦରେ ଆଲୋଚନା କରିଛି ।  ସଂସଦ ବାବଦରେ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ସହ ବିଚାର ବିମର୍ଶ କରିଛି । ଗୃହ ଚଳାଇବାରେ ତାଙ୍କର କୌଶଳ ସମସ୍ତେ ଦେଖିଛନ୍ତି । ହରି ତ ଏଠାକାର ଆଉ ସେଠାକର ବି ଏବଂ ହରି ଏହିଠାରେ ହିଁ ବସିବେ । ହରି କୃପା ରହୁ ଏତିକି ଆଶା ।'' 

ଏହା ବି ପଢନ୍ତୁ...Parliament special session; ୮୫୦ ମ୍ୟାଜିକ ସଂଖ୍ୟା ସରକାର କେଉଁଠୁ ଆଣିଲେ, କଂଗ୍ରେସ ସାଂସଦ ଗୌରବଙ୍କ ପ୍ରଶ୍ନ  

ହରିବଂଶ କିଏ ? ଏକ ସାଧାରଣ ଚାଷୀ ପରିବାରରୁ ଆସିଛନ୍ତି ହରିବଂଶ ନାରାୟଣ ସିଂହ । ସେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଗାଁ ସୀତାବଡିଆରାରୁ ଆସିଛନ୍ତି । ସେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ୧୯୮୦ ଦଶରେ ହିନ୍ଦୀ ଖବରକାଗଜ 'ଧର୍ମଯୁଗ'ରୁ ସାମ୍ବାଦିକତା ଭାବରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ସରକାରୀ ଅଧିକାରୀ ଭାବରେ କାମ କରିଥିଲେ । ପରିବାର ଇଚ୍ଛା ବିରୋଧରେ ଯାଇ ଚାରିକି ଛାଡି ସାମ୍ବାଦିକତାକୁ ଫେରିଥିଲେ । ୧୯୮୯ ମସିହାରେ ହରିବଂଶ ରାଞ୍ଚି ସ୍ଥିତ ପ୍ରକାଶନ, ପ୍ରଭାତ ଖବରରେ ଯୋଗ ଦେଇଥିଲେ । ତାଙ୍କର କଠିନ ପରିଶ୍ରମ ଏବଂ ନେତୃତ୍ୱ ଦକ୍ଷତା ବଳରେ ସେ ଏହାର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ  ୨୦୧୪ ମସିହାରେ ଜେଡିୟୁରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସେ ପ୍ରଭାତ ଖବରର ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ । ରାଜ୍ୟସଭା ସଦସ୍ୟ ହେବା ପୂର୍ବରୁ, ହରିବଂଶ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ରାଜନୈତିକ ପରାମର୍ଶଦାତା ଭାବରେ ତାଙ୍କର ଏକମାତ୍ର ରାଜନୈତିକ କ୍ୟାରିୟର କରିଥିଲେ । ଚନ୍ଦ୍ରଶେଖର ସରକାରଙ୍କଠାରୁ କଂଗ୍ରେସ ସମର୍ଥନ ପ୍ରତ୍ୟାହାର କରିବା ପରେ ସେ ଖବରକାଗଜକୁ ଫେରି ଆସିଥିଲେ ।