ନୂଆଦିଲ୍ଲୀ,୧।।୧୨: ବିଜେପି ନେତାଙ୍କ ନାଁରେ ଗୋ ମାଂସ ବିକ୍ରି କରିବା ଅଭିଯୋଗ। ଏଭଳି ଅଭିଯୋଗ ଆଣିଛି କଂଗ୍ରେସ। ଏହାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି,  କଂଗ୍ରେସ ଏଭଳି ପ୍ରସଙ୍ଗ ଉଠାଇଥିବାରୁ ମୁଁ ଖୁସି। ଯଦି ରାଜ୍ୟ କଂଗ୍ରେସ ମୁଖ୍ୟ ଭୁପେନ କୁମାର ବୋହାର ତାଙ୍କୁ ଚିଠି ଲେଖି ଗୋମାଂସ ଉପରେ କଟକଣା ଲଗାଇବା ପାଇଁ ଅନୁରୋଧ କରନ୍ତି, ତେବେ ସେ ଏଭଳି କରିବାକୁ ପ୍ରସ୍ତୁତ। ଏହି ଆସନରେ ପୂର୍ବରୁ କଂଗ୍ରେସ ଲଗାତାର ୫ ଥର ଜିତିସାରିଛି।

ଶର୍ମା ଶନିବାର ବିଜେପିର ବୈଠକ ପରେ ଗଣମାଧ୍ୟମ ସହ କଥା ହୋଇ କହିଛନ୍ତି, ସାମଗୁଡି ଆସନ ଗତ ୨୫ ବର୍ଷ ହେବ କଂଗ୍ରେସ ପାଖରେ ରହିଛି। ସାମଗୁଡି ଭଳି ନିର୍ବାଚନ କ୍ଷେତ୍ରରେ ୨୭,୦୦୦ ଭୋଟରେ ହାରିବା କଂଗ୍ରେସ ଇତିହାସର ସବୁଠାରୁ ବର୍ ଲଜ୍ଜାର କଥା।‘ ଗତ ମାସ ହୋଇଥିବା ଉପ ନିର୍ବାଚନରେ ବିଜେପିର ଦିଲପୁ ରଞ୍ଜନ ଶର୍ମା କଂଗ୍ରେସ ସାଂସଦ ରକିବୁଲଙ୍କ ପୁଅ ତଞ୍ଜିଲଙ୍କୁ ୨୪,୫୦୧ ଭୋଟ ବ୍ୟବଧାନରେ ହରାଇଥିଲେ।

କଂଗ୍ରେସ ସାଂସଦଙ୍କ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁଃଖ ଭିତରେ ରକିବୁଲ ହୁସେନ ଗୋଟିଏ ଭଲ କଥା କହିଛନ୍ତି, ତାହା ହେଲା ଗୋମାଂସ ଭୁଲ। ସେ କହିଛନ୍ତି, ମତଦାତାଙ୍କୁ ଗୋମାଂସ ଖାଇବାକୁ ଦେଇ କଂଗ୍ରେସ-ବିଜେପି ନିର୍ବାଚନି ଜିତିବା ଭୁଲ।’ ଶର୍ମା କହିଛନ୍ତି, ମୁଁ ଜାଣିବାକୁ ଚାହୁଁଛି କ’ଣ କଂଗ୍ରେସ ମତଦାତାଙ୍କୁ ଗୋମାଂସ  ଦେଇକି ସାମିଗୁଡିରେ ଜିତୁଥିଲା ? ସେ ସାମିଗୁଡିକୁ ଭଲ ଭବରେ ଜାଣିଛି। କ’ଣ ଏହାର ଅର୍ଥ ଗୋମାଂସ ଦେଇ ସାମିଗୁଡିରେ ଜିତିହୁଏ ? ମୁଁ ରକିବୁଲଙ୍କୁ କହିବାକୁ ଚାହେଁ କ’ଣ ଗୋମାଂସ ଉପରେ କଟକଣା ଲଗାଇବା ସରକାର, କାରଣ ସେ ନିଜେ କହିଛନ୍ତି ଏହା ଭୁଲ। ତେଣୁ ସେ ଲିଖିତ ଭାବରେ ଗୋମାଂସ ଭୁଲ ବୋଲି କୁହନ୍ତୁ, ତା ପରେ ଏହା ଉପରେ ଆସାମରେ କଟଣା ଲାଗୁ ହେବ । ଫଳରେ ସବୁ ସମସ୍ୟାର ସମାଧାନ ହୋଇପାରିବ।