ପ୍ରମୂଖ ଖବର
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବିଜେପି ନେତାଙ୍କୁ ଗାଡି ଚଢାଇ ହତ୍ୟା ଘଟଣା, ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ଆଣିଲା ପୋଲିସ

Published By : Rasmita Pradhan | January 7, 2025 11:38 AM

ସମ୍ବଲପୁର, ୦୭।୦୧ : ସମ୍ବଲପୁରରେ ବିଜେପି ନେତାଙ୍କୁ ଗାଡି ଚଢାଇ ହତ୍ୟା ଘଟଣା । ଗିରଫ ଅଭିଯୁକ୍ତକୁ ରିମାଣ୍ଡରେ ଆଣିଲା ପୋଲିସ। ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ ପୋଲିସକୁ ତିନି ଦିନ ରିମାଣ୍ଡ ମିଳିଛି। ସୋମବାରଠୁ ପୋଲିସ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ଆଣିଛି। କିପରି ହତ୍ୟା ଷଡ଼ଯନ୍ତ୍ର ରଚିଥିଲା ? ଏଥିରେ ଆଉ କିଏ ସାମିଲ ଥିଲେ ଏବଂ କେଉଁ କାରଣ ପାଇଁ ହତ୍ୟା କରାଯାଇଥିଲା ? ସେନେଇ ଅଭିଯୁକ୍ତ ଠାରୁ ସତ ଓଗାଳିବ ପୋଲିସ।

ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ସମ୍ବଲପୁର-ବରଗଡ ଜାତୀୟ ରାଜପଥ କଣ୍ଟାପାଲି ଓଭରବ୍ରିଜ ନିକଟରେ ଏକ କାରକୁ ଧକ୍କା ଦେଇଥିଲା ହାଇୱା । ଏହି ଦୁର୍ଘଟଣାରେ ୨ ବିଜେପି କର୍ମୀଙ୍କ ହୋଇଥିଲା ମୃତ୍ୟୁ। ମୃତକମାନେ ହେଲେ ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆ। 

ଏହି ଘଟଣାରେ ତଦନ୍ତ କରି ହାଇଓ୍ୱା ଡ୍ରାଇଭରକୁ ଗିରଫ କରିଥିଲା ପୋଲିସ। ହେଲେ ଗିରଫ ବେଳେ ଡ୍ରାଇଭର ଜଣଙ୍କ ପ୍ରଥମେ କହିଥିଲେ ଯେ, ନିଦରେ ଗାଡ଼ି ଚଢ଼ିଯାଇଥିଲା । ପୁଣି ଥରେ ପ୍ରଶ୍ନ କରିବାରୁ କହିଥିଲେ ଯେ, ଅନ୍ୟ କେହି ଡରାଇ ଧମକାଇବାରୁ ସେ ଏଭଳି କାଣ୍ଡ କରିଥିଲା । କ୍ଷଣିକ ଭିତରେ ପୁଣି ମତ ବଦଳାଇଥିଲେ । ଅନ୍ୟ କେତେ ଜଣ ଝଗଡ଼ା କରିଥିଲେ, କିନ୍ତୁ ଏମାନଙ୍କ କାର୍‌କୁ ଭୁଲରେ ତା’ ଗାଡ଼ି ଧକ୍କା ଦେଇଥିଲା । ପୁଣି କହିଥିଲା, ପ୍ରଥମ ଥର ଭୁଲରେ କାର୍‌ରେ ହାଇୱାଟି ବାଜିଥିଲା । ପରେ ଆଖି ଲାଗିବାରୁ ଦ୍ୱିତୀୟ ଥର କାର୍‌ରେ ପିଟି ହୋଇଥିଲା । ଶେଷରେ ସର୍ଭିସ୍‌ ରୋଡ୍‌କୁ ଭୁଲରେ ଯାଇ ଗାଡ଼ିରେ ଧକ୍କା ହୋଇଯାଇଥିଲା। ଅଭିଯୁକ୍ତ ଜଣଙ୍କ ବାରମ୍ବାର ଏଭଳି ମତ ବଦଳାଇଥିଲେ। ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.