ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଅଜିତ୍ ପାଓ୍ବାରଙ୍କ ଏନସିପିରେ ସାମିଲ ହେଲେ ଦୁଇ ବିଜେପି ନେତା, କହିଲେ ଆମ ନେତା ଦେବେନ୍ଦ୍ର ଫଡନାଭିସଙ୍କ ନିର୍ଦ୍ଦେଶରେ ମିଶିଛୁ...

Published By : Ladu Kishor | October 25, 2024 4:59 PM

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାଓ୍ବାରଙ୍କ ଏନସିପିରେ ସାମିଲ୍ ହେଲେ ଦୁଇ ବିଜେପି ନେତା। ବିଜେପି ନେତା ନିଶିକାନ୍ତ ଭୋସଲେ ପାଟିଲ ଏବଂ ପୂର୍ବତନ ବିଜେପି ସାଂସଦ ସଂଜୟକାକା ପାଟିଲ ଏନସିପିରେ ଯୋଗ ଦେଇଛନ୍ତି । ଏହା ପରେ ସଙ୍ଗେ ସଙ୍ଗେ ଦଳ ନିଶିକାନ୍ତ ଭୋସଲେ ପାଟିଲଙ୍କୁ ଇସଲାମପୁରରୁ ଏବଂ ସଂଜୟକାକା ପାଟିଲଙ୍କୁ ତସଗାଓଁ କଭାଥେ ମହାକାଲ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । 

ଏନସିପିରେ ଯୋଗଦେବା ପରେ ବିଜେପିର ପୂର୍ବତନ ସାଂସଦ ସଂଜୟକାକା ପାଟିଲ କହିଛନ୍ତି ଯେ, "ଏନସିପି ମହାୟୁତୀର ଏକ ଅଂଶ । ଏନସିପିକୁ ଆମ ଜିଲ୍ଲାର ତସଗାଓଁ କଭାଥେ ମହାକାଳ ସମେତ ଦୁଇଟି ବିଧାନସଭା ଆସନ ମଳିଛି । ମୋତେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିବ, ତେଣୁ ମୁଁ ଏନସିପିରେ ଯୋଗ ଦେଲି।

ଏନସିପିରେ ଯୋଗଦେବା ପରେ ବିଜେପି ନେତା ନିଶିକାନ୍ତ ଭୋସଲେ ପାଟିଲ କହିଛନ୍ତି, "ଆଜି ଆମ ନେତା ଦେବେନ୍ଦ୍ର ଫଡନାଭିସଙ୍କ ନିର୍ଦ୍ଦେଶରେ ମୁଁ ଏନସିପିରେ ଯୋଗ ଦେଇଛି । ଇସଲାମପୁର ବିଧାନସଭା ଆସନ ଏନସିପିକୁ ଯାଉଥିବାରୁ ମୋତେ ବିଜେପିରୁ ଏନସିପି ଯିବାକୁ ପଡିଲା । ମୁଁ ଏନସିପି ଟିକେଟରେ ଏହି ଆସନରୁ ନିର୍ବାଚନରେ ଜିତିବି ବୋଲି ସେ କହିଛନ୍ତି।

ସୂଚନାଥାଉକି, ଅଜିତ ପାୱାରଙ୍କ ପାର୍ଟି ଏନସିପି ଶୁକ୍ରବାର ଦିନ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି । ଏଥିରେ ୭ଜଣ ପ୍ରାର୍ଥୀଙ୍କ ନାମ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ବୁଧବାର ଦିନ ଦଳ ୩୮ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଥିଲା। ଏଥିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ବହୁ ନେତାଙ୍କ ନାମ ରହିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.