ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଦୁର୍ଗନ୍ଧ ବନାମ ସୁଗନ୍ଧ; ଭାଜପାକୁ ଦୁର୍ଗନ୍ଧ ପସନ୍ଦ ସେ ଗୋଶାଳା ବନାଉଛି କହିଲେ ଅଖିଳେଶ, କଣ କହିଲା ବିଜେପି ?

Published By : Ankita S | March 27, 2025 2:39 PM

ଲକ୍ଷ୍ନୌ,୨୭/୦୩ : ଗାଈ, ଗୋଶାଳା ନିର୍ମାଣକୁ ନେଇ ବିଜେପି ଓ ସପା ପରସ୍ପରକୁ ଟାର୍ଗେଟ କରିଛନ୍ତି । ଦୁର୍ଗନ୍ଧ-ସୁଗନ୍ଧକୁ ନେଇ ବୟାନବାଜି ଚାଲିଛି । ଭାରତୀୟ ଜନତା ପାର୍ଟିକୁ ଦୁର୍ଗନ୍ଧ ପସନ୍ଦ । ତେଣୁ ସେ ଗୋଶାଳା ବନାଉଛି ବୋଲି ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବିଜେପିକୁ ଟାର୍ଗେଟ କରି କହିଛନ୍ତି । ଅଖିଳେଶଙ୍କ ଏହି ବୟାନକୁ ନେଇ ସରଗରମ ହୋଇଛି ଉତ୍ତରପ୍ରଦେଶ ରାଜନୀତି । ଏହାର ଜବାବ୍ ଦେଇ ବିଜେପି କହିଛି ଭୋଟ ବ୍ୟାଙ୍କ ଚକ୍କରରେ ସମାଜବାଦୀ ପାର୍ଟି 'ସମାପ୍ତବାଦୀ ପାର୍ଟି' ହେବାକୁ ଯାଉଛି ।

'ଭାଜପାକୁ ଦୁର୍ଗନ୍ଧ ପସନ୍ଦ'- ଗୋଶାଳା ନିର୍ମାଣକୁ ନେଇ ସପା ମୁଖ୍ୟ ଅଖିଳେଶ ଯାଦବ ବିଜେପିକୁ କଟାକ୍ଷ କରିଛନ୍ତି । ବିଜେପିକୁ ଦୁର୍ଗନ୍ଧ ପସନ୍ଦ ତେଣୁ ସେ ଗୋଶାଳା ନିର୍ମାଣ କରୁଛି । ସପାକୁ ସୁଗନ୍ଦ ପସନ୍ଦ ତେଣୁ ସେ ଇତର ପାର୍କ ବନାଇଛି । ଗୋଶାଳା ଇତର ପାର୍କକୁ ନେଇ ଏକ ଟପ୍ପଣୀ ଦେଇ ଏହା କହିଛନ୍ତି । ତାଙ୍କର ଏହି ବୟାନକୁ ନେଇ ୟୁପି ରାଜନୀତି ସରଗମର ହୋଇଛି ।

ଜବାବ୍ ଦେଲା ବିଜେପି- ସପା ଅଧ୍ୟକ୍ଷ ଅଖିଳେଶଙ୍କର ଏହି ବୟାନକୁ ନେଇ କଡ଼ା ଜବାବ ଦେଇଛି ଭାରତୀୟ ଜନତା ପାର୍ଟି । ବିଜେପି ମୁଖ୍ୟ ପ୍ରବକ୍ତା ସେହଜାଦ୍ ପୁନେୱାଲା ସପାକୁ ଟାର୍ଗେଟ କରି କହିଛନ୍ତି, ''ସପା ମୁଖ୍ୟ ହିନ୍ଦୁ-ସନାତନ ସଂସ୍କୃତିର ଅପମାନ କରିଛନ୍ତି । ଶ୍ରୀକୃଷ୍ଣ ନିଜକୁ 'ଗୋପାଳ' କୁହନ୍ତି । ଗାଈଙ୍କ ପ୍ରତି ତାଙ୍କ ଭଲ ପାଇବା ସେମାନଙ୍କ ପ୍ରତି ସୁରକ୍ଷା ରହିଥିଲା । ମାତ୍ର ଭୋଟ ବ୍ୟାଙ୍କ ପାଇଁ ଜଣେ କିପରି ଏତେ ତଳକୁ ଖସି ଯାଉଛନ୍ତି । ଭୋଟ ବ୍ୟାଙ୍କ ପାଇଁ ସମାଜବାଦୀ ପାର୍ଟି ଏବେ 'ସମାପ୍ତବାଦୀ ଦଳ' ହୋଇଛି । ଯାହାକୁ ଘୁଷୁରୀ ପସନ୍ଦ ତାଙ୍କୁ ଗାଈ କେଉଁଠୁ ବା ପସନ୍ଦ ଆସିବ ? ''

ସେହିପରି ଅଖିଳେଶଙ୍କର ଏହି ବୟାନକୁ ନେଇ ରାଜ୍ୟସଭା ସାଂସଦ ତଥା ପୂର୍ବ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା କହିଛନ୍ତି, ''ସପା ଶାସନରେ ଅତର ପାର୍କ ବନାଯିବା ସହିତ ଅତରର ଘୋଟାଲ ମଧ୍ୟ ହୋଇ ସାରିଛି । ଗୋଶାଳାରେ ତୁମେ ଦୁର୍ଗନ୍ଧ ଓ ସୁଗନ୍ଧ କାହିଁକି ଖୋଜୁଛ ? ଗୋଶାଳାରେ ସନାତନର ଆସ୍ଥା ଖୋଜ । ଗୋମାତାଙ୍କ ଉପରେ ଟିପ୍ପଣୀ ଦିଆଯାଏ ନାହିଁ । ''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.