ନମୌଜା,୧୮/୦୭: ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ଆଳି ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତର ମୋଟ ୫ ଟି ୱାର୍ଡ ସହ ପତ୍ରପୁର ପଞ୍ଚାୟତର ଅନ୍ୟ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ପରିଦର୍ଶନ କରିଛନ୍ତି । ଖବର ଅନୁଯାୟୀ, ଆଜି ଦିନତମାମ କୃଷ୍ଣଚନ୍ଦ୍ର ପଣ୍ଡା ନରେନ୍ଦ୍ରପୁରର ବିଭିନ୍ନ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ପଞ୍ଚାୟତର ୫ଟି ୱାର୍ଡରେ କିଛି ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରିଛନ୍ତି ।
ଏଥିସହ କୃଷ୍ଣଚନ୍ଦ୍ର ପଣ୍ଡା ଆଳି ପ୍ରଶାସନ ସହ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ସମସ୍ତ ପରିବାର ନିକଟରେ ସବୁ ପ୍ରକାରର ଜରୁରୀକାଳୀନ ସେବା ଯୋଗାଇ ଦେବା ପାଇଁ ଆଲୋଚନା କରିଥିଲେ । ସେହିପରି ବନ୍ୟାଜଳରେ ପ୍ରଭାବିତ ଚାଷ ଜମିର ଚାଷୀମାନଙ୍କୁ ଆଶ୍ବସନା ଦେଇଥିଲେ । ଅନ୍ୟପଟେ ସବୁଆଡେ ବନ୍ୟାଜଳ ମାଡ଼ି ଯାଇଥିବାରୁ ଗାଈ ଗୋରୁଙ୍କ ପାଇଁ ଗୋଖାଦ୍ୟ ଯୋଗାଇ ଦେବା ଏବଂ ବନ୍ୟା ପାଇଁ କିଛି ଆବଶ୍ୟକୀୟ ଜରୁରୀ ଔଷଧ ଯୋଗାଇ ଦେବା ପାଇଁ ଆଳି ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ସହ ଆଲୋଚନା କରିଥିଲେ ।