ପ୍ରମୂଖ ଖବର
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଫେବ୍ରୁଆରୀରୁ ଶେଷ ସୁଦ୍ଧା ରାଜ୍ୟ ବିଜେପିକୁ ମିଳିବ ନୂଆ ସଭାପତି, ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ

Published By : Prameya | February 17, 2025 1:03 PM

ଭୁବନେଶ୍ୱର ୧୭/୦୨: ଆଉ କିଛି ଦିନ ଅପେକ୍ଷା। ଫେବ୍ରୁଆରୀରୁ ଶେଷ ସୁଦ୍ଧା ରାଜ୍ୟ ବିଜେପିକୁ ମିଳିବ ନୂଆ ସଭାପତି। ରାଜ୍ୟ ସଭାପତି କିଏ ହେବ ନିଷ୍ପତ୍ତି ସରିଛି। ଖାଲି ଔପଚାରିକ ଘୋଷଣା ବାକି ରହିଛି।  ତେବେ ମନମୋହନ ସାମଲ ପୁଣି ରିପିଟ୍ ହେବେ ନା ନୂଆ ଚେହରାକୁ ମିଳିବ ଦାୟିତ୍ବ। ଏବେ ଯାଏ ଦଳରେ ଚର୍ଚ୍ଚା ଲାଗି ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଳମିଶନ କାର୍ଯ୍ୟକ୍ରମରୁ ଦିଲ୍ଲୀରୁ ଫେରିଲେ ନିଷ୍ପତ୍ତି ନେବେ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଗଣାମଧ୍ୟମକୁ ସୂଚନା ଦେଇଛନ୍ତି। 

ଫେବ୍ରୁଆରୀଶେଷ ସୁଦ୍ଧା ବିଜେପି ପାଇବ ନୂଆ ସଭାପତି । ସମସ୍ତଙ୍କୁ ନେଇ ଚାଲିପାରିବ ସେଭଳି ଜଣେ ସକ୍ଷମ ଓ ଯୋଗ୍ୟ ନେତାଙ୍କୁ ସଭାପତି ଦାୟିତ୍ବ ମିଳିବ। ଆଗେ ସଭାପତି ପରେ ନିଗମ ଏବଂ ଅନ୍ୟାନ୍ୟ ପଦ ପଦବୀ ପୂରଣ ହେବ। ବିଜେପି ହେଉଛି ଏକ ଗଣତାନ୍ତ୍ରିକ ଦଳ। ତେଣୁ ଯାହା ହେବ ଗଣତାନ୍ତ୍ରିକ ପଦ୍ଧତିରେ ହେବ। 


ଏହିମାସ ଶେଷ ସୁଦ୍ଧା ରାଜ୍ୟ ବିଜେପି ସଭାପତି ଚୟନ ଶେଷ ହେବ ବୋଲି କହିଛନ୍ତି, ଯାଜପୁର ସାଂସଦ ରବୀନ୍ଦ୍ର ନାୟକ। ନୂଆ ସଭାପତି ଅପେକ୍ଷାରେ ଆମେ ବି ଅଛୁ। ଆଶା କରାଯାଉଛି ଏହିମାସ ଶେଷ ସୁଦ୍ଧା ନାଁ  ଘୋଷଣା ହେବ।

ଆଜି ରାଜ୍ୟ ବିଜେପି କାର୍ଯ୍ୟଳୟରେ ବସିଥିବା କୋର୍ କମିଟି ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନ ହୋଇଛି। ଖାଲିପଡିଥିବା ମନ୍ତ୍ରୀ ପଦ, ବିଭିନ୍ନ ବୋର୍ଡ,  ନିଗମ ଓ କମିଶନ ଅଧ୍ୟକ୍ଷ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ ପାଇଁ ବିଚାର ବିମର୍ଷ କରାଯାଇଛି। ରାଜ୍ୟ ସଭାପତି ଏବଂ ଜିଲ୍ଲା ସଭାପତି କିଏ ହେବ ବୈଠକ‌ରେ ସ୍ତିର ହୋଇଥିବା ସୂଚନା ମିଳିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.