ଭୁବନେଶ୍ୱର ୨୯/୧୨: ନୂଆବର୍ଷ ପାଇଁ ଆକ୍ସନ୍ ପ୍ଲାନ। ୪ ସାଧାରଣ ସମ୍ପାଦକଙ୍କୁ ନେଇ ରାଜ୍ୟ ବିଜେପିର ଗୁରୁତ୍ଵପୂର୍ଣ୍ଣ ବୈଠକ। ସାଙ୍ଗଠନିକ ସ୍ଥିତିକୁ ନେଇ ଚାଲିଛି ମାନସ ମନ୍ଥନ। ବୈଠକରେ ବିଜେପି ସଭାପତି, ପ୍ରଭାରୀ, ସହ ପ୍ରଭାରୀ ଏବଂ ସଙ୍ଗଠନ ମହାମନ୍ତ୍ରୀ ସାମିଲ ହୋଇଛନ୍ତି।
ରାଜ୍ୟ ବିଜେପିର ଚାରି ସାଧାରଣ ସମ୍ପାଦକଙ୍କୁ ନେଇ ବୈଠକ ଆରମ୍ଭ। ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ଉପସ୍ଥିତ ଅଛନ୍ତି।
ବୈଠକକୁ ନେଇ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି, ସଂଗଠନର ଆଗାମୀ କାର୍ଯ୍ୟକ୍ରମ ଏବଂ ନୂଆ ରଣନୀତି ନେଇ ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ। ଏହାସହ ସବୁ ଦିଗରୁ ଆଲୋଚନା ହେବ ।
ସେହିପରି ସହ ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି, ଆଗାମୀ ବର୍ଷରେ ବୁଥ,ମଣ୍ଡଳରୁ ନେଇ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ। ଆଗାମୀ ଦିନରେ ଗ୍ରାଉଣ୍ଡ ଯିବ ବିଜେପି । ଅଧିକରୁ ଅଧିକ ଲୋକଙ୍କୁ ଦଳ ସହିତ ଯୋଡିବାକୁ ରଣନୀତି ପ୍ରସ୍ତୁତ କରାଯିବ।