- କୋର କମିଟିର ସଦସ୍ୟ ପ୍ରସ୍ତାବ ଦେବେ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ
- ପ୍ରସ୍ତାବିତ ନାଁ କୁ ବିଜେପି ପାର୍ଲିଆମେଣ୍ଟାରୀ କମିଟି ପଠାଯିବ
- ଏଥର ଓଡ଼ିଶାରୁ ଯିବେ ନା ରାଜ୍ୟ ବାହାରୁ କିଏ ଯିବେ ତାହା ପାର୍ଲିଆମେଣ୍ଟାରୀ କମିଟି ନିଷ୍ପତ୍ତି ନେବେ
ଭୁବନେଶ୍ବର, ୨୩।୨ : ବିଜେପି କୋର କମିଟି ବୈଠକରେ ଅନେକ କିଛି ନିଷ୍ପତ୍ତି ହୋଇଛି। ବଜେଟ , ବୋର୍ଡ ନିଗମ ପଦପଦବୀ ଏବଂ ରାଜ୍ୟସଭା ନିର୍ବାଚନ ଉପରେ ଆଲୋଚନା ହୋଇଛି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । କୋର କମିଟିର ସଦସ୍ୟ ରାଜ୍ୟସଭା କାହାକୁ ପଠାଯିବ ସେ ନେଇ ନାଁ ପ୍ରସ୍ତାବ ଦେବେ। ସ୍ଵତନ୍ତ୍ର ଭାବେ ଏହାକୁ ନେଇ ଦାୟିତ୍ଵ ଦିଆଯାଇଛି। ସେଇ ନାଁ କୁ ବିଜେପି ପାର୍ଲିଆମେଣ୍ଟାରୀ କମିଟି ପଠାଯିବ । ଏଥର ଓଡ଼ିଶାରୁ ଯିବେ ନା ରାଜ୍ୟ ବାହାରୁ କିଏ ଯିବେ ତାହା ପାର୍ଲିଆମେଣ୍ଟାରୀ କମିଟି ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି । ବୋର୍ଡ ନିଗମ ପଦପଦବୀ ନେଇ କୋର କମିଟିରେ ମଧ୍ୟ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ବିଜେଡିର ଆନ୍ଦୋଳନକୁ ନେଇ ବିଜେପି ରାଜ୍ୟ ସଭାପତି କହିଛନ୍ତି ବିଜେଡିର ନୈତିକତା ନାହିଁ ଚାଷୀଙ୍କ ପାଇଁ ପ୍ରଶ୍ନ କରିବା। ବିଜେଡି ୨୪ ବର୍ଷ ଧରି ଶାସନରେ ଥିବା ସମୟରେ କଣ କରିଥିଲେ। ତାହା ରାଜ୍ୟବାସୀ ଜାଣିଛନ୍ତି। ବିଜେପି ଯାହା କହିଥିଲା ସରକାରକୁ ଆସିବା ପରେ ତାହା ଚାଷୀଙ୍କ ପାଇଁ ଗୋଟି କରି ପଦକ୍ଷେପ ନେଉଛନ୍ତି। କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ବିଜେପି ସରକାର ଦେଉଛନ୍ତି। ଏହାକୁ ଡାଇଲୁଟ କରିବାକୁ ବିଜେଡି ଆନ୍ଦୋଳନ କରୁଛି। ରାଜ୍ୟର ଚାଷୀ ଭାଇ ଏକଥାକୁ ଭଲ ଭାବେ ଅବଗତ ଅଛନ୍ତି ବୋଲି ସେ କହିଛନ୍ତି।
ଆହୁରି ପଢନ୍ତୁ : ମାର୍ଚ୍ଚ ୩୧ ସୁଦ୍ଧା ଦାଖଲ କର ସମ୍ପତ୍ତି ତାଲିକା , ନଚେତ କାର୍ଯ୍ୟାନୁଷ୍ଠାନ