ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

ରାମ ନବମୀ ଅବସରରେ ପଶ୍ଚିମବଙ୍ଗରେ ବିଜେପିର ଶକ୍ତି ପ୍ରଦର୍ଶନ, ଗେରୁଆ ରଙ୍ଗମୟ ହେଲା ରାସ୍ତା

Published By : Prameya | April 6, 2025 2:58 PM

କୋଲକାତା,୬।୪:  ପଶ୍ଚିମବଙ୍ଗରେ ରବିବାର ସକାଳେ ରାମନବମୀ ଶୋଭାଯାତ୍ରା  ‘ଜୟ ଶ୍ରୀରାମ୍’ ନାରାରୁ ଆରମ୍ଭ ହୋଇଛି। ଏହି ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁ ରାସ୍ତାକୁ ଓହ୍ଲାଇଥିଲେ। ରାମନବମୀ ପର୍ବ ବେଳେ ଆଇନ ବ୍ୟବସ୍ଥା ବଜାୟ ରଖିବା ପାଇଁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରି ଦିଆଯାଇଛି।  ସକାଳରୁ ସଡକରେ  ଉତ୍ସବର ପରିବେଶ ଦେଖିବାକୁ ମିଳିଥିଲା। ଗେରୁଆ ରଙ୍ଗର  ପତାକା, ଭକ୍ତ ସଙ୍ଗୀତ ଓ ରାମାୟଣର ଦୃଶ୍ୟ ଦେଖାଉଥିବା ଶୋଭାଯାତ୍ରା ମଧ୍ୟ ବାହାରିଥିଲା। 

ଏକାକୀ କୋଲକାତାରେ ୬୦ ରୁ ଅଧିକ ଶୋଭାଯାତ୍ରା ଆୟୋଜିତ କରିବାର କାର୍ଯ୍ୟକ୍ରମ ରହିଛି, ଯାହାର ପ୍ରାୟ ୪୦୦୦ ରୁ ୫୦୦୦ ପୋଲିସକର୍ମୀଙ୍କ ମୁତୟନ କରାଯାଇଛି। ଉପ-କମିାନର ଓ ଜଏଣ୍ଟ କମିଶନର ରାଙ୍କର ବରିଷ୍ଠ ଅଧିକାରୀ ଶୋଭାଯାତ୍ରା ରାସ୍ତାରେ କଡ଼ା ନଜର ରଖିଥିଲେ।

ବିଜେପି ରାଜ୍ୟ ୟୁନିଟ୍‌ର ମୁଖ୍ୟ ସୁକାନ୍ତ ମଜୁମଦାର କହିଛନ୍ତି, ରାମନବମୀରେ ଆୟୋଜିତ ଅନେକ କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକଙ୍କୁ ସାମିଲ ହେବାର ଆଶା ରହିଛି। ମୁଁ ରାଜ୍ୟ ସରକାରଙ୍କୁ କହିବାକୁ ଚାହୁଁଛି ଯେ, ସେ ବ୍ୟବସ୍ଥା କରନ୍ତୁ ଯେପରି ଶାନ୍ତିପୂର୍ଣ୍ଣ ଭାବରେ ପର୍ବ ପାଳନ କରିହେବ। ସମାରୋହକୁ ବଳପୂର୍ବକ ରୋକିବା ପାଇଁ କୌଣସି ଚେଷ୍ଟା କରାନଯାଉ। ରାମନବମୀର ଉତ୍ସବ ପାଳନ କରାଯିବ, ଆପଣ ଯାହା କି କରନ୍ତୁ।’  ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ ରବିବାର ରାମନବମୀ ଅବସରରେ ପୂର୍ବ ମେଦିନପୁର ଜିଲ୍ଲାର ନନ୍ଦିଗ୍ରାମରେ ରାମ ମନ୍ଦିରର ଆଧାରଶିଳା ରଖିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.