ନୂଆଦିଲ୍ଲୀ,୨୩/୧୨: ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଆପକୁ ବିଜେପିର ନିଶାନା । ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାରକୁ ବିଜେପି ଟାର୍ଗେଟ କରିଛି । ସରକାର ବିରୋଧରେ ଆରୋପ ପତ୍ର ଆଣିଛି ଦିଲ୍ଲୀ ଭାରତୀୟ ଜନତା ପାର୍ଟି । ୧୦ ବର୍ଷ ଦିଲ୍ଲୀ ବେହାଲ ନାମରେ ଚାର୍ଜ ସିଟ ଆଣିବା ସହ ବିଭିନ୍ନ ଘୋଟାଲା ଦର୍ଶାଇ ଦିଲ୍ଲୀ ସରକାରକୁ ନିଶାନା ମାରିଛି ବିଜେପି ।

ବିଜେପି ସାଂସଦ ଅନୁରାଗ ଠାକୁର କହିଛନ୍ତି, ଦିଲ୍ଲୀ ଜନତାଙ୍କ ଅପରାଧୀ ହେଉଛନ୍ତି ଅରବିନ୍ଦ କେଜ୍ରିୱାଲ । ୨୨ ଲକ୍ଷ ଶିଶୁଙ୍କ ଫୁସଫୁସ ସଂକ୍ରମଣ ହେବା ତାଙ୍କ ବୟସ କମ ହେବା ଦିଲ୍ଲୀ ପ୍ରଦୂଷଣ, ଦୂଷିତ ଜଳ ଓ ଦିଲ୍ଲୀ ସରକାର ଅରବିନ୍ଦ କେଜ୍ରିୱାଲଙ୍କ କାରଣରୁ ହେଉଛି । ଗୋଟିଏ ପଟେ ବୁନ୍ଦାଏ ପାଣି ପାଇଁ ମହିଳା ସଂଘର୍ଷ କରୁଛନ୍ତି ସେପଟେ ଯମୁନା ନଦୀ ପାଣି ପ୍ରଦୂଷିତ ହେଉଛି । ୧୦ ବର୍ଷ ହେଲା ଅରବିନ୍ଦ କେଜ୍ରିୱାଲ କେଉଁଠି ଥିଲେ । ଦିଲ୍ଲୀ ରାଜକୋଷରେ ହଜାର କୋଟି ଟଙ୍କା ଥିଲା ମାତ୍ର ଋଣରେ ବୁଡିଛି ଦିଲ୍ଲୀ । ବିଜ୍ଞାପନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।

୧୦ ବର୍ଷ ଦିଲ୍ଲୀ ବେହାଲ

ଦେଶରେ ସବୁଠୁ ମହଙ୍ଗା ପାଣି ଦିଲ୍ଲୀ ନମ୍ବର ୱାନ

ପ୍ରଦୂଷିତ ରାଜଧାନୀ ଦିଲ୍ଲୀ

ଦେଶରେ ସବୁଠୁ ଭ୍ରଷ୍ଟାଚାର ମନ୍ତ୍ରୀରେ ଦିଲ୍ଲୀ ନମ୍ବର ୱାନ

ସବୁଠୁ ଅଧିକ ବିଧାୟକ ଜେଲରେ

ଦିଲ୍ଲୀରେ ସବୁଠୁ ଉଚ୍ଚ ଅଳିଆ ଗଦା

ମଦ ଦୁର୍ନୀତିରେ ଦିଲ୍ଲୀ ନମ୍ବର ୱାନ

ନିକମା ସରକାରରେ ଦିଲ୍ଲୀ ଏକ ନମ୍ବର

ସବୁଠୁ ମହାଙ୍ଗା ମୁଖ୍ୟମନ୍ତ୍ରୀ ଆବାସ

ଗରିବଙ୍କ ଅଧିକାର ଛଡାଇବାରେ ଏକ ନମ୍ବର

ସେପଟେ ବିଜେପିର ଆରୋପ ପତ୍ରକୁ ନେଇ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଭାଜପା ପାଖରେ ନିର୍ବାଚନ ଲଢିବାକୁ କିଛି ଏଜେଣ୍ଡା ନାହିଁ । ଗତ ୫ ବର୍ଷ ହେବ ସେ ଦିଲ୍ଲୀବାସୀଙ୍କ ପାଇଁ କଣ କରିଛନ୍ତି । ଆପ୍ ଦିଲ୍ଲୀବାସୀଙ୍କ ପାଇଁ ବିଜୁଳି,ପାନୀୟ ଜଳ,ରାସ୍ତା, ମହିଳାଙ୍କ ଯାତ୍ରା ପାଇଁ ସୁବ୍ୟବସ୍ଥା କରିଛନ୍ତି । ସେମାନେ କଣ କରିଛନ୍ତି । ଏବେ ନିର୍ବାଚନ ଆସୁଥିବାରୁ ମୋ ବିରୋଧରେ ଆରୋପପତ୍ର ଜାରି କରିଛନ୍ତି । ତାଙ୍କ ପାଖରେ ସିଏମ ଚେହେରା ନାହିଁ ।