ନୂଆଦିଲ୍ଲୀ,୩୧/୦୩; ଆସାମ ବିଧାନସଭା ନିର୍ବାଚନ ପାଇଁ ଆଉ ହାତ ଗଣତି ଦିନ ବାକି ଅଛି । ଆସାମ ପାଇଁ ପ୍ରତିଶ୍ରୁତି ପେଡ଼ି ଖୋଲିଛି ଭାରତୀୟ ଜନତା ପାର୍ଟି । ନିର୍ବାଚନ ପାଇଁ ବିଜେପି ତାର 'ସଂକଳ୍ପ ପତ୍ର' ବା ନିର୍ବାଚନୀ ଇସ୍ତାହାର ଜାରି କରିଛି । କେନ୍ଦ୍ର ମନ୍ତ୍ରୀ ନିର୍ମାଳ ସୀତାରଣ 'ସଂକଳ୍ପ ପତ୍ର' ପକାଶ କରିଛନ୍ତି । ଯେଉଁଥିରେ ୩୧ଟି ପ୍ରତିଶ୍ରୁତି ଦିଆଯାଇଛି । ଯେଉଁଥିରେ ବାଂଲାଦେଶୀ ମିଆମାନଙ୍କଠାରୁ ଜବରଦଖଲ କରାଯାଇଥିବା ଜମି ଫେରାଇ ଆଣିବା ଏବଂ ରାଜ୍ୟରେ ଏକ ସମାନ ନାଗରିକ ସଂହିତା ଲାଗୁ କରିବା ଅନ୍ତର୍ଭୁକ୍ତ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ, ବିଜେପି ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ଆଦିବାସୀଙ୍କ ଜମି, ଐତିହ୍ୟ ଏବଂ ମର୍ଯ୍ୟାଦାର ସୁରକ୍ଷା ଏବଂ ୫ ଲକ୍ଷ କୋଟି ଟଙ୍କାର ଭିତ୍ତିଭୂମି ନିବେଶ ଏବଂ ସୁରକ୍ଷିତ-ବିକଶିତ ଆସାମ ଗଠନ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି ।
ଆସାମରେ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ୨୦୨୬ ବିଧାନସଭା ନିର୍ବାଚନ ପାଇଁ ଏହାର 'ସଂକଳ୍ପ ପତ୍ର' ପ୍ରକାଶ କରିଛି । 'ସଂକଳ୍ପ ପତ୍ର' ପ୍ରକାଶ କରିବା ପରେ, ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ଆସାମରେ ଶାନ୍ତି ଏବଂ ବିକାଶ ଫେରାଇ ଆଣିବା ସମ୍ଭବ, ଯେତେବେଳେ ଏଠାରେ ସ୍ଥିରତା ରହିବ। ସେ କହିଛନ୍ତି ଯେ ଏହି ଘୋଷଣାପତ୍ର ଆସାମରେ ଏକ ଦଶନ୍ଧିର ପରିବର୍ତ୍ତନ ଉପରେ ଆଧାରିତ, ଯାହା କଂଗ୍ରେସ ୬୦ ବର୍ଷ ମଧ୍ୟରେ ମଧ୍ୟ କରିପାରି ନାହିଁ । ପ୍ରଧାନମନ୍ତ୍ରୀ ୭୭ ଥର ଆସାମ ଗସ୍ତ କରିଛନ୍ତି, ଯେତେବେଳେ ଜଣେ ପ୍ରଧାନମନ୍ତ୍ରୀ, ଯିଏ କି ଆସାମରୁ କଂଗ୍ରେସ ସାଂସଦ ଥିଲେ, ସେ ୧୦ ଥରରୁ ଅଧିକ ଥର ରାଜ୍ୟ ଗସ୍ତ କରି ନାହାଁନ୍ତି ।''
#WATCH | Guwahati, Assam | Union Minister Nirmala Sitharaman says, "Assam is at peace today. In 2007, under Congress, 474 incidents of attack, 287 civilians died... After BJP government took charge, it was brought down from 128 deaths a year, to 99 per year only... Welfare is at… pic.twitter.com/c5KI6Pp5vH
— ANI (@ANI) March 31, 2026
ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି, ୨୦୦୭ ମସିହାରେ, କଂଗ୍ରେସ ଅଧୀନରେ, ୪୭୪ଟି ଆକ୍ରମଣ ଘଟଣା, ୨୮୭ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା... ବିଜେପି ସରକାର ଦାୟିତ୍ୱ ନେବା ପରେ, ଏହାକୁ ପ୍ରତିବର୍ଷ ୧୨୮ ମୃତ୍ୟୁରୁ ହ୍ରାସ ହୋଇ ୯୯କୁ ଖସିଛି । ଜନ କଲ୍ୟାଣ ସ୍ତରରେ ଆଜି, ଆସାମର ୮୧.୬୫% ଘର ଜଳ ଜୀବନ ମିଶନର ପାନୀୟ ଜଳ କାର୍ଯ୍ୟକ୍ରମରେ ସାମିଲ ହୋଇଛି । ଭାରତର ପ୍ରଥମ ସ୍ୱଦେଶୀ ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ପରୀକ୍ଷଣ ସୁବିଧା ମୋରେଗାଓଁରେ ଟାଟା ଇଲେକ୍ଟ୍ରୋନିକ୍ସ ସେମିକଣ୍ଡକ୍ଟର ପ୍ଲାଣ୍ଟ, ୨୭,୦୦୦ କୋଟି ଟଙ୍କା ନିବେଶରେ ନିର୍ମିତ ହେଉଛି ଏବଂ ପ୍ରତିଦିନ ୪୮ ନିୟୁତ ସେମିକଣ୍ଡକ୍ଟର ଚିପ୍ସ ଉତ୍ପାଦନ କରିବାର ଆଶା କରାଯାଉଛି । ଏହା ୨୫,୦୦୦-୨୭,୦୦୦ ନିଯୁକ୍ତି ସୃଷ୍ଟି କରୁଛି । " 'ସଂକଳ୍ପ ପତ୍ର' ପ୍ରକାଶ ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣଙ୍କ ସହିତ ସର୍ବାନନ୍ଦ ସୋନୋୱାଲ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ରାଜ୍ୟ ଦଳ ସଭାପତି ଦିଲୀପ ସାଇକିଆ ଏବଂ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।
ଏହା ବି ପଢନ୍ତୁ...ଆଉ ରହିବନି ଗ୍ୟାସ୍ ଦୁର୍ଘଟଣାର ଭୟ ! ଗ୍ୟାସ୍ ଲିକ୍ ହେଲେ ତୁରନ୍ତ ସତର୍କ କରିବେ ଏହି ସ୍ମାର୍ଟ ଗ୍ୟାଜେଟ୍ସ
#WATCH | Guwahati, Assam | Union Minister Nirmala Sitharaman says, "The Prime Minister has visited Assam 77 times, while a PM, who was a Congress MP from Assam, visited the state not more than 10 times..." pic.twitter.com/MiZVty4yfY
— ANI (@ANI) March 31, 2026
'ସଂକଳ୍ପ ପତ୍ର' ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ସୋନୋୱାଲ କହିଛନ୍ତି, "'ସଂକଳ୍ପ ପତ୍ର' ପ୍ରସ୍ତୁତ କରିବା ପଛର ପୃଷ୍ଠଭୂମି ହେଉଛି ଯେ, ଆମେ ଆସାମର ସମସ୍ତ ଅଞ୍ଚଳର ଲୋକଙ୍କ ସହିତ ଯୋଗାଯୋଗ କରିଥିଲୁ । ଘର ଘର ଯାଇ ପରବର୍ତ୍ତୀ କାର୍ଯ୍ୟକାଳରେ କ'ଣ କରିବାକୁ ହେବ ସେ ବିଷୟରେ ଲୋକଙ୍କ ପରାମର୍ଶ ନେଇଥିଲୁ । ଏହି ଡକ୍ୟୁମେଣ୍ଟ ଉପରେ ଆଧାର କରି, ଅର୍ଥାତ୍, ଆସାମବାସୀଙ୍କ ପରାମର୍ଶ ଉପରେ ଆଧାର କରି, ଆମେ ଆମର ତୃତୀୟ କାର୍ଯ୍ୟକାଳରେ କାମ କରିବୁ ।" ସେ କହିଛନ୍ତି ଯେ ୩ ଲକ୍ଷରୁ ଅଧିକ ଲୋକ ସେମାନଙ୍କୁ ପରାମର୍ଶ ଦେଇଛନ୍ତି । ଆସାମର ୧୨୬ ବିଧାନସଭା ଆସନ ପାଇଁ ଏପ୍ରିଲ ୯ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ଭୋଟ୍ ଗଣତି ମେ ୪ ତାରିଖରେ ହେବା ସହ ଫଳାଫଳ ପ୍ରକାଶ ପାଇବ ।