ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ପଶ୍ଚିମବଙ୍ଗ ବିଜେପି ସଭାପତିଙ୍କୁ ଅଟକ ରଖିଲା ପୁଲିସ, ଗଣଦୁଷ୍କର୍ମ ବିରୋଧରେ କରୁଥିଲେ ପ୍ରତିବାଦ

Published By : Tapas Panda | June 28, 2025 6:01 PM

Image Courtesy: hindustantimes

କୋଲକାତା: ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା ସମସ୍ତଙ୍କୁ ଦୋହଲାଇ ଦେଇଥିଲା। ଏବେ କୋଲକାତାରେ ପୁଣି ଥରେ ଜଣେ ଛାତ୍ରୀଙ୍କ ସହିତ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଦକ୍ଷିଣ କୋଲକାତାର କସବା ଆଇନ କଲେଜର ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । କସବା ପୋଲିସ ଏହି ମାମଲାରେ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଏହି ମାମଲା ସାମ୍ନାକୁ ଆସିବା ପରେ ବିଜେପି, ରାଜ୍ୟର ଶାସକ ଦଳ ଟିଏମସିକୁ ଟାର୍ଗେଟ କରୁଛି । ଗଣଦୁଷ୍କର୍ମ ମାମଲାର ତଦନ୍ତ ଦାବି କରି ବିଜେପି କୋଲକାତାରେ ପ୍ରତିବାଦ କରିଛି । ଏହି ସମୟରେ ପୁଲିସ ପ୍ରତିବାଦ କରୁଥିବା ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାରଙ୍କୁ ଅଟକ ରଖିଛି ।

 ଜୁନ୍ ୨୫ ସନ୍ଧ୍ୟାରେ ଦକ୍ଷିଣ କୋଲକାତା ଆଇନ କଲେଜରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ଗଣଦୁଷ୍କର୍ମ ମାମଲାରେ ତଦନ୍ତ ଦାବି କରି ଶନିବାର କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଅନ୍ୟ ବିଜେପି କର୍ମୀଙ୍କ ସହିତ ପ୍ରତିବାଦ କରିଥିଲେ। ଗଣଦୁଷ୍କର୍ମ ମାମଲାରେ ପ୍ରତିବାଦ କରୁଥିବା କେନ୍ଦ୍ରମନ୍ତ୍ରୀ ଏବଂ ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କୁ ପୁଲିସ ଅଟକ ରଖିଛି ।

 ମଜୁମଦାରଙ୍କୁ  ପୁଲିସ ଅଟକ ରଖିବା ପରେ ସେ କହିଛନ୍ତି, ‘ଏହା ହିଁ ପଶ୍ଚିମବଙ୍ଗରେ ଗଣତନ୍ତ୍ରର ଚେହେରା। ମମତା ବାନାର୍ଜୀ ରାଜ୍ୟରେ ଗଣତନ୍ତ୍ରକୁ ନଷ୍ଟ କରିଦେଇଛନ୍ତି । ପୁଲିସ ମୋତେ ଏବଂ ଅନ୍ୟ କର୍ମୀମାନଙ୍କୁ (ବିଜେପିର) ଗିରଫ କରିଛି।’ ସେପଟେ ଏହି ମାମଲାରେ ପୁଲିସ ଏପର୍ଯ୍ୟନ୍ତ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପ୍ରଥମେ ପୁଲି ୨ ଜଣ କଲେଜ ଛାତ୍ର ଏବଂ ଜଣେ କଲେଜର ପୂର୍ବତନ ଛାତ୍ରଙ୍କୁ ଗିରଫ କରିଥିଲା । 

 ଶନିବାର କଲେଜର ଜଣେ ସୁରକ୍ଷା କର୍ମୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଜଣେ ପୁଲିସ ଅଧିକାରୀ କହିଛନ୍ତି, ‘ଆଜି ସକାଳେ ସୁରକ୍ଷା କର୍ମୀଙ୍କ ଉତ୍ତର ଅସ୍ପଷ୍ଟ ଥିବାରୁ ଆମେ ତାଙ୍କୁ ଗିରଫ କରିଛୁ । କଲେଜରେ ତାଙ୍କର ଉପସ୍ଥିତି ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା। ସୁରକ୍ଷା କର୍ମୀ ତାଙ୍କ କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଥିଲେ । ଘଟଣା ଦିନ ସୁରକ୍ଷା କର୍ମୀ ଡ୍ୟୁଟିରେ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.