ନୂଆଦିଲ୍ଲୀ,୨୪।୬: ଅପରେସନ ସିନ୍ଦୂର ବେଳେ ରାଫେଲ ବିମାନକୁ ମାରି ନଷ୍ଟ କରି ଦିଆଯାଇଥିଲା। ଏଭଳି କିଛି ଦାବି ପାକିସ୍ତାନ ପକ୍ଷରୁ କୁରଯାଯାଇଥିଲା। ଏହାକୁ ଭାରତୀୟ ନୌସେନା ମିଛ ବୋଲି ପ୍ରମାଣିତ କରିଥିଲା। ଏବେ ଏହି ପ୍ରସଙ୍ଗରେ ବିଜେପି ଲୋକସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି। ରାଫେଲ ବିମାନକୁ ନେଇ କଂଗ୍ରେସ ନେତାଙ୍କ ପକ୍ଷରୁ ହୋଇଥିଲା ଟିପ୍ପଣୀକୁ ନେଇ ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କହିଛନ୍ତି, ରାହୁଲ ଦେଶବାସୀଙ୍କୁ କ୍ଷମା ମାଗିବା ଦରକାର।
ବିଜେପି ମୁଖପାତ୍ର କହିଛନ୍ତି, ରାହୁଲଙ୍କୁ ପାକିସ୍ତାନର ଭାଷା କହୁ ଜନତାଙ୍କୁ କ୍ଷମା ମାଗିବା ଦରକାର। ଯେତେବେଳେ ଅପରେସନ୍ ସିନ୍ଦୁର ଚାଲିଥିଲା, ସେତେବେଳେ ସେ ପଚାରିଥିଲେ ଭାରତର କେତେ ରାଫେଲ୍ ନଷ୍ଟ ହୋଇଥିଲା ? ଉତ୍ତର ପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ ଅଜୟ ରାୟ ଲେମ୍ବୁ-ଲୁଣ ଦେଖାଇ ରାଫେଲର ପରିହାସ କରିଥିଲେ। ଭାରୀତୀୟ ନୌସେନାର ମେଣ୍ଟେନାନ୍ସ ଅର୍ଡର ଏହା ସ୍ପଷ୍ଟ କରିଥିଲା ଯେ, ଭାରତର ଗୋଟିଏ ବି ରାଫେଲ କ୍ଷତିଗ୍ରସ୍ତ ହୋଇନି। ଏବେ ପ୍ରଶ୍ନ ଉଠୁଛି ଜାଣିଶୁଣି ପାକିସ୍ତାନର ଲାଇନ୍କୁ ଆଗକୁ ନେଇ ଯିବା ରାହୁଲ ଗାନ୍ଧିଙ୍କୁ କ’ଣ ଦରକାର ଥିଲା ?
ସେ ଆହୁରି କହିଛନ୍ତି, ରାହୁଲ ଏହା ପ୍ରଥମ ଥର ନୁହେଁ। ଯେତେବେଳେ କଂଗ୍ରେସ କ୍ଷମତାରେ ଥିଲା, ସେତେବେଳେ ୨୬/୧୧ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନାକୁ ପାକିସ୍ତାନ ଉପରେ ଆକ୍ରମଣ କରିବାରୁ ରୋକିଥିଲେ। ଆଜି, ଏହା ପୁଣି ଥରେ ପ୍ରମାଣିତ ହୋଇପାରେ ଯେ ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରୁ ଗୋଟିଏ ବାଛିବାର କଥା ଆସେ, ସେ ପାକିସ୍ତାନକୁ ଚୟନ କରନ୍ତି। ଯେତେବେଳେ ଭାରତୀୟ ସୈନିକମାନେ ଚୀନ୍ ବିରୁଦ୍ଧରେ ପ୍ରତିଶୋଧ ନେଇଥିଲେ, ରାହୁଲ ଗାନ୍ଧୀ କହିଥିଲେ ଯେ ଭାରତୀୟ ଯବାନ ମାଡ଼ ଖାଇଥିଲେ। ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ସେ ଭାରତ ବିରୋଧୀ ଏବଂ ଶତ୍ରୁର ଲାଭ ପାଇଁ କଥା କୁହନ୍ତି।’