ପ୍ରମୂଖ ଖବର
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡିକୁ ବିଜେପିର ଜବାବ

Published By : Gurupada Nath | March 23, 2025 8:55 PM

ଭୁବନେଶ୍ବର, ୨୩/୩ :   ମହାନଦୀ ପ୍ରସଙ୍ଗକୁ ନେଇ ୨୦୧୬ରେ ଯେତେବେଳେ ଚର୍ଚ୍ଚା ଆରମ୍ଭ ହେଲା ଦୁଇଟି ରାଜ୍ୟକୁ ଡାକି କେନ୍ଦ୍ର ସରକାର ସମାଧାନ କରିବାକୁ ଚେଷ୍ଟା କଲେ ହେଲେ ମୁଖ୍ୟମନ୍ତ୍ରୀ ଥରେ ମାତ୍ର ବୈଠକରେ ଯୋଗଦେଇ ଆଉ ଦୁଇ ଥର ଗଲେନି ।  ସେତେବେଳେ ସେ ଏହି ପ୍ରସଙ୍ଗରେ ନିଜ ଫାଇଦା ପାଇଁ ରାଜନୈତିକ ରୁଟି ସେକିବାକୁ ଚେଷ୍ଟା କଲେ ଟ୍ରିବ୍ୟୁନାଲକୁ ନ ଯିବାକୁ ଆମେ ବି କହିଥିଲୁ ହେଲେ ବିଜେଡି ଜିଦ ନେଇ ଯାଇଥିଲା । ଆଜି ବିଜେଡି ନେତା ମହାନଦୀ ପାଇଁ କାନ୍ଦୁଛି କହି ଓଲଟା କଥା କହୁଛନ୍ତି । ଓଡିଶା ସ୍ୱାର୍ଥ ପାଇଁ ମହାନଦୀ ଜଳ ବିବାଦ କେମିତି ସମାଧାନ ହେବ ମୋହନ ମାଝୀଙ୍କ ସରକାର କାମ ଆରମ୍ଭ କରିଛନ୍ତି । ଆଜି ବଡ଼ ପାଟିରେ କହୁଥିବା ନେତା ଜଣେ ରାଜ୍ୟ ବାହାର ଲୋକଙ୍କ ଡରରେ ପାଟି ବନ୍ଦ କରିଥିଲେ । ଏବେ ଆମକୁ ବିଜେଡିର ଉପଦେଶ ନେବାର କିଛି ଆବଶ୍ୟକ ନାହିଁ । 

ସେହିଭଳି ଡ଼ିଲିମିଟେସନ ନେଇ ଚେନ୍ନାଇରେ ବସିଥିବା ବୈଠକରେ ବିଜେଡି ଯୋଗ ଦେବାକୁ ନେଇ ବିଜେପି କଡା ଟାର୍ଗେଟ କରିଛି । ଗତ ୮ରୁ ୧୦ବର୍ଷ ଧରି ସରକାରକୁ ଦକ୍ଷିଣ ଭାରତୀୟ ଲୋକ ଚଳେଇଲେ । ଏବେ ଦକ୍ଷିଣ ଭାରତ ସହ ଅସୁବିଧା କଣ ଅଛି । ଡିଲିମିଟେସନ ପାଇଁ ନୋଟିଫିକେସନ ଆସିନି ହେଲେ ଏବେଠୁ ନଇ ନ ଦେଖୁନୁ ନଙ୍ଗଳା ହେଲା ଭଳି ନ ହୁଅନ୍ତୁ । ଯଦି କିଛି ଭୁଲ ଥିବ ପରାମର୍ଶ ଦେବାର ଅଧିକାର ବିରୋଧୀଙ୍କର ଅଛି । କେନ୍ଦ୍ର ସରକାର ସବୁବେଳେ ଗଣତନ୍ତ୍ରର ପରିସୀମା ଭିତରେ ଚାଲିଥାନ୍ତି ଗଣତନ୍ତ୍ର ର ଅଧିକାର କୌଣସି ଜାଗାରେ କ୍ଷୁର୍ଣ୍ଣ ହେବାର ନାହିଁ ବିରୋଧୀ ଦଳ ଏତେ ଭୟଭୀତ ନ ହୋଇ ଅପେକ୍ଷା କରନ୍ତୁ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.