ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଗ୍ରୀଷ୍ମରେ ନିମ୍ନ ଅଦାଲତ ଓକିଲଙ୍କୁ କଳାକୋଟ୍‌ ବାଧ୍ୟତାମୂଳକ ନୁହେଁ: କେବଳ ଧଳା ସାର୍ଟ, କଳା ପ୍ୟାଣ୍ଟ ପିନ୍ଧି ଅଦାଲତ ଆସିପାରିବେ

Published By : Prameya | March 8, 2025 12:33 PM

କଟକ,୦୮/୦୩: ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏପ୍ରିଲ୍‌ରୁ ଜୁନ୍‌ ପର୍ଯ୍ୟନ୍ତ ନିମ୍ନ ଅଦାଲତର ଓକିଲମାନଙ୍କ ପାଇଁ କଳାକୋଟ୍‌ ପିନ୍ଧିବା  ବାଧ୍ୟତାମୂଳକ କରାଯାଇନାହିଁ । ଗରମକୁ ଦୃଷ୍ଟିରେ ରଖି ଆଇନଜୀବୀମାନେ ଇଚ୍ଛାକଲେ ଆଡ୍‌ଭୋକେଟ୍‌ ଗାଉନ୍‌ ଏବଂ କଳାକୋଟ୍‌ ପିନ୍ଧିପାରିବେ ନହେଲେ ସେମାନେ କେବଳ ଧଳା ସାର୍ଟ, କଳା କିମ୍ବା ଧଳା ଗାର ଯୁକ୍ତ ତଥା ଧୁସର  ରଙ୍ଗର ପ୍ୟାଣ୍ଟ ପିନ୍ଧିପାରିବେ । ଆସନ୍ତା ଏପ୍ରିଲ ୬ରୁ ଏହି ବ୍ୟବସ୍ଥା ଜୁନ୍‌ ଶେଷ  ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ  ଶୁକ୍ରବାର ବିଜ୍ଞପ୍ତି ଜାରି କରାଯାଇଛି । ହାଇକୋର୍ଟରେ ଆଇନଜୀବୀମାନେ  କିନ୍ତୁ ଅଦାଲତରେ ପୂର୍ବପରି କଳାକୋଟ୍‌ ଏବଂ ଗାଉନ୍‌ ପିନ୍ଧିବେ । ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ସର୍ବସମ୍ମତିକ୍ରମେ ଏହି ପ୍ରସ୍ତାବ  ଗ୍ରହଣ କରାଯାଇଛି ବୋଲି ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ ସୂଚନା ଦେଇଛନ୍ତି । 

ଶ୍ରୀ ଦ୍ୱିବେଦୀ କହିଛନ୍ତି, ଇଂରେଜ ଅମଳରୁ କଳା କୋଟ୍‌ ଏବଂ  ଗାଉନ୍‌ ପିନ୍ଧିବା ଆଇନଜୀବୀମାନଙ୍କ ଏକ ପରିଚୟ ପାଲଟିଛି । କିନ୍ତୁ ଦିନକୁ  ଦିନ ଅସହ୍ୟ ଗରମ ହେଉଥିବାରୁ ଖରାଦିନେ ଆଇନଜୀବୀଙ୍କ ପାଇଁ ଏହା ବଡ଼  ସମସ୍ୟା ହେଉଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଆଇନଜୀବୀ ପରିଷଦ  ପ୍ରତ୍ୟେକ ରାଜ୍ୟର ଆଇନଜୀବୀ ପରିଷଦକୁ ଏକ ଚିଠି ଲେଖି ଗ୍ରୀଷ୍ମ ସମୟ  ମଧ୍ୟରେ ଆଇନଜୀବୀଙ୍କ ପାଇଁ କଳା କୋଟ୍‌, ଗାଉନ୍‌ ପିନ୍ଧିବା ବାଧ୍ୟତାମୂଳକ  ନକରିବାକୁ କହିଥିଲେ । ସେହି ଅନୁସାରେ ଆଜି ରାଜ୍ୟ ଆଇନଜୀବୀ ପରିଷଦ  ଏହି ପ୍ରସ୍ତାବ ପାରିତ କରିଛି । ଏଥିରେ ହାଇକୋର୍ଟକୁ ବାଦ୍‌ ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.