ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଗୁଣି ଗାରେଡି ସନ୍ଦେହରେ ଗାଁରେ ବୁଲିଲା ଖଟ, ୬ ପୂଜକ ଗିରଫ

Published By : Harapriya Sethi | January 6, 2025 12:49 PM

ମାଲକାନଗିରି, ୦୬/୦୧: ଗୁଣି ଗାରେଡି ସନ୍ଦେହରେ ଗାଁରେ ବୁଲିଲା ଖଟ । ଜଣେ ବୃଦ୍ଧ ମହିଳାଙ୍କ ପାଖରେ ଖଟ ଅଟକିବା ପରେ ଟାଙ୍କୁ   ଡାହାଣି ବୋଲି ଆଖ୍ୟା ଦେଲେ ଛତିଗଡରୁ ଆସିଥିବା ପୂଜକ । ପରେ ପୋଲିସ ୬ ଜଣ ଛତିଶଗଡି ପୂଜକଙ୍କୁ ଗିରଫ କରିବା ସହ ବ୍ୟବହୃତ ଖଟ ସମେତ ଏକ ଦାମୀ କାର୍‌କୁ ଜବତ କରିଛି । ଗିରଫ ହେଇଥିବା ୬ ଜଣ ଅଭିଯୁକ୍ତ ହେଲେ ଟିକେନ୍ଦ୍ର ଦେହାରି, ଖିରେନ୍ଦ୍ର କୁମାର ନାଗ, ରାମୁ ମାଣ୍ଡାଭି, ଜଗନ୍ନାଥ ନାଗ, କମୁଳୁରାମ ନାଗ ଓ ମଙ୍ଗଟୁରାମ ବାଗେଲ । ଏମାନଙ୍କ ଘର ବସ୍ତର ଜିଲ୍ଲାର କଟୱାଲି ଓ ଦରଭା ଅଞ୍ଚଳର ବୋଲି ଜଣାପଡିଛି । ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଚିତାପାରୀ-୪ ଗ୍ରାମରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । 

ସୂଚନା ମୁତାବକ, ଚିତାପାରୀ-୪ ଗାଁରେ ଏକ ଆଦିବାସୀ ପର୍ବ  ଆୟୋଜନ ପାଇଁ  ଜିଲ୍ଲା ପ୍ରଶାସନ ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ଅନୁମତି ଦେଇଥିଲା । ତେବେ ପୂଜା ନାଁରେ ଗାଁରେ ଗୁଣି ଗାରେଡି ଚାଲିଥିବା ନେଇ କିଛି ଲୋକ ଥାନାକୁ ଖବର ଦେଇଥିଲେ। ଖବର ପାଇ ଓର୍କେଲ ଥାନା ପୋଲିସର ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଯାହା ଦେଖିଲା ତାଜୁବ ହୋଇଗଲା । ଠାକୁରଙ୍କ ଏକ ଖଟୁଲି ଧରି କିଛି ଲୋକେ ଗାଁର ସମସ୍ତଙ୍କ ଘର ବୁଲୁଥିଲେ । ଏତିକିରେ ସରିନଥିଲା ଅନ୍ଧବିଶ୍ବାସର ଏ ଖେଳ । ପୁଜା ହେଉଥିବା ସ୍ଥାନରେ ଶହ ଶହ ଲୋକଙ୍କୁ ଲମ୍ବା ଧାଡିରେ ବସାଇ ସେମାନଙ୍କ ମୁଣ୍ଡ ଉପରେ ମଧ୍ୟ ବୁଲିଥିଲା ଗୁଣିଆ ଖଟ । ଗାଁର ୬୭ ବର୍ଯୀୟା ବୃଦ୍ଧ ବତୀ ଖିଲଙ୍କ ପାଖରେ ଖଟ ଅଟକିବା ପରେ ତାଙ୍କୁ ଡାହାଣି ଆଖ୍ୟା ଦେଇ ଗାଁରୁ ବାହାର କରିବାକୁ ସଭା ବସିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରିବା ସହ ଛତିଶଗଡର ୬ ଜଣ ପୂଜାରୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଦାମୀ କାର ଓ କଟୁରି ଜବତ କରିଛି । ବ୍ଲାକ ମ୍ୟାଜିକର ବିଭିନ୍ନ ଦଫା ଲଗାଇ ୬ ଜଣଙ୍କୁ କୋର୍ଟ ଚାଲାଣ କରିଛି ଓର୍କେଲା ଥାନା ପୋଲିସ । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.