ନୂଆଦିଲ୍ଲୀ,୦୯/୧୧: ପାକିସ୍ତାନର କ୍ୱେଟା ରେଲୱେ ଷ୍ଟେସନ ପରିସରରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଘଟଣା। ଘଟଣାକୁ ମନେଇ ନିଜକୁ ଦାୟୀ କରିଛି‘ବଲୁଚ ଲିବରେସନ ଆର୍ମି ’ନାମକ ସଙ୍ଗଠନ । ଆଜି ସକାଳ ପ୍ରାୟ ୯ଟା ବେଳେ ହୋଇଥିବା ଏହି ବିସ୍ଫୋରଣରେ ପ୍ରାୟ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଗୁରୁତର ଆହତ ହୋଇଥିବା ବେଳେ ମୃତାହତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ରହିଛି।
ସୂଚନା ମୁତାବକ, ପାକିସ୍ତାନ ପୋଲିସ୍ ତଥା ସେନା ପକ୍ଷରୁ ଏହି ଘଟଣାର ଛାନଭିନ ଆରମ୍ଭ ହୋଇ ଯାଇଥିବା ବେଳେ ‘ବଲୁଚ ଲିବରେସନ ଆର୍ମି’ ଏଥିପାଇଁ ନିଜକୁ ଦାୟୀ କରିଛି। ପାକିସ୍ତାନ ସେନାକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିବା ସଙ୍ଗଠନ ପ୍ରବକ୍ତା କହିଛନ୍ତି। ତେବେ ଆଜି ସକାଳେ ପାକିସ୍ତାନ ସେନାର ଏକ ୟୁନିଟ ମିଲିଟାରୀ କଲେଜରୁ କୋର୍ସ ସମାପ୍ତ କରି ଫେରୁଥିବା ବେଳେ ଏହି ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଆତ୍ମଘାତୀ ହାମଲା ହୋଇଥାଇପାରେ ବୋଲି ବଲୁଚର ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି। ତେବେ ଏହି ଘଟଣାର ଯାଞ୍ଚ ଚାଲିଥିବା ବେଳେ ଏହି ବିସ୍ଫୋରଣ କ୍ୱେଟା ରେଲୱେ ଷ୍ଟେସନର ବୁକିଂ କାର୍ଯ୍ୟାଳୟ ନିକଟରେ ଘଟିଛି। ପେସୱାର ଅଭିମୁଖେ ଯିବାକୁ ଥିବା ଏକ ପାସେଞ୍ଜର ଟ୍ରେନ୍ଟି ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ ଏହି ବିସ୍ଫୋରଣ ଘଟିଥିଲା। ଏନେଇ ଖବର ପାଇ ପୁଲିସ୍ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରିଥିଲେ। ଏଥିସହ ବମ୍ ନିଷ୍ଟ୍ରିୟ ଟିମ୍ ଷ୍ଟେସନରେ ପହଞ୍ଚି ବିଭିନ୍ନ ସ୍ଥାନରେ ଯାଞ୍ଚ କରିଥିଲେ।