ନୂଆଦିଲ୍ଲୀ,୧୬।୧୦: ପାକିସ୍ତାନ ଓ ଆଫଗାନିସ୍ତାନ ଭିତରେ ୪୮ ଘଣ୍ଟାର ଅସ୍ତ୍ରବିରତି ଲାଗୁ କରାଯାଇଛି। ଅନ୍ୟପକ୍ଷେ ବେଲୁଚିସ୍ତାନରେ ଅଶାନ୍ତି ଥମିବାର ନାଁ ଧରୁନି। ବେଲୁଚ ଲିବରେସନ୍ ଫ୍ରଣ୍ଟ (ବିଏଲଏଫ୍) ଧାଦର ଅଞ୍ଚଳରେ ଏକ ପୋଲିସ ଟିମ୍‌କୁ ବନ୍ଧକ ରଖିଥିବା କଥାକୁ ସ୍ବୀକାର କରିଛି।  ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବଢିବାର ସଙ୍କେତ ମିଳିଛି। ବିଏଲଏଫ୍ ଦାବି କରିଛି ତା’ର କମାଣ୍ଡର ଧାଦରରେ ପୁଲିସ ଅଧିକାରୀଙ୍କୁ ବନ୍ଧକ କରିଛି। ସେଭଳି ବଲୁଚ ରିପବ୍ଲିକାନ୍ ଗାର୍ଡସ (ବିଆରଜି) ଏକ ବିସ୍ଫୋଣ ପାଇଁ ନିଜକୁ ଦାୟୀ କରିଛି। ଯେଉଁଥିରେ ସୁଇ ଓ କାଶମୋର ଭିତରେ ଥିବା ଗୁରୁତ୍ବପୂର୍ଣ୍ଣ ଗ୍ୟାସ୍ ପାଇପଲାଇନ୍‌କୁ ପ୍ରବଳ କ୍ଷତି ହୋଇଛି।

‘ଦ ବେଲୁଚିସ୍ତାନ ପୋଷ୍ଟ(ଟିବିପି) ଅନୁସାରେ, ବିଏଲ୍‌ଏର ମୁଖପାତ୍ର ମେଜର ଗ୍ବାରମ୍ ବଲୁଚଙ୍କ କଥାରୁ ଜଣାପଡୁଛି କମାଣ୍ଡରମାନେ ପ୍ରାୟ ୫ଟା ବେଳେ ଧାଦରର ଆଲ୍ଲାହ ୟାର ଅଞ୍ଚଳରେ ପୋଲିସର ଗସ୍ତକାରୀ ଟିମ୍‌ର ସାମନା କରିଥିଲେ। ବୟାନରେ କୁହାଯାଇଛି ଯେ, ଟିମ୍‌କୁ ଘେରି ନିଆଯାଇଥିଲା, ଅଧିକାରୀଙ୍କୁ ଗିରଫ କରାଯାଇଛି, ଯାହାଙ୍କ ହାତରୁ ହତିଆର ଛଡାଇ ନିଆଯାଇଛି ଏବଂ କଥିତ ଭାବରେ ବ୍ୟବହାର କରାଯାଇଥିବା ବାହନରେ ନିଆଁ ଲଗାଇ ଦିଆଯାଇଛି।

ବିଏଲ୍‌ଏ ମୁଖପାତ୍ର କହିଛନ୍ତି, ପ୍ରାରମ୍ଭିକ ପଚରା ଉଚରାରୁ ଜଣାପଡିଛି ଯେ, ବନ୍ଧକ ଅଧିକାରୀ ବଲୁଚ ସମୁଦାୟ କିମ୍ବା  ରାଷ୍ଟ୍ରୀୟ ଆନ୍ଦୋଳନ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନରେ ସାମିଲ ନଥିଲେ। ଏଥିପାଇଁ ତାଙ୍କୁ ବିନା କୌଣସି  ସମସ୍ୟାରେ ମୁକ୍ତ କରି ଦିଆଯାଇଛି। ଟିବିପିର ରିପୋର୍ଟ ଅନୁସାରେ, ବିଏଲ୍ଏଫ୍‌ ଏହି ଅପରେସନ୍ ପାଇଁ ସମ୍ପୂର୍ଣ୍ଣ ଦାୟିତ୍ବ ନେଇଛି। ସେଭଳି ବିଆରଜି ମୁଖପାତ୍ର ଦୋସ୍ତେନ ବଲୁଚ କହିଛନ୍ତି, ସଂଗଠନ ଡେରା ବୁଗାତିଙ୍କୁ ସୁଇ ଅଞ୍ଚଳରୁ କରାଚୀ ପର୍ଯ୍ୟନ୍ତ ନେଇ ଯାଉଥିବା ୩୬ ଇଞ୍ଚ ବ୍ୟାସର ଗ୍ୟାସ୍ ପାଇପଲାଇନ୍‌ରେ ସୁଇ ଓ କାଶମୋର ଭିତରେ ରାତିସାରା ବିସ୍ଫୋରଣ ହୋଇଥିଲା। ଯାହାଫଳରେ ପ୍ରବଳ ମାତ୍ରାରେ ଧ୍ବଂସ ହୋଇଥିଲା। ବିଆରଜିର ବୟାନରୁ ସ୍ପଷ୍ଟ ହୋଇଛି ଯେ, ଏହି ଆକ୍ରମଣ ସ୍ବତନ୍ତ୍ର ଅଭିଯାନର ଅଂଶ ରହିଛି। ଯାହାକି ସେ ପର୍ଯ୍ୟନ୍ତ ଚାଲିବ ଯେଉଁ ପର୍ଯ୍ୟନ୍ତ ରାଜନୈତିକ ଦାବି ପୂରଣ ନହୋଇଛି।