ପ୍ରମୂଖ ଖବର
  • ଜୁନାଗଡ଼ରେ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ଅଟୋ ଡ୍ରାଇଭର ଗୁରୁତର
  • ||
  • ଗୁଣପୁର : ବଜ୍ରପାତରେ ୨ ମହିଳା ମୃତ
  • ||
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଥିବା ନଳକୂପକୁ ପୋତି ଦେଇଥିଲେ, ପ୍ରମେୟରେ ଖବର ପ୍ରକାଶ ପରେ ସଜାଡ଼ିଲା ବ୍ଲକ ପ୍ରଶାସନ

Published By : Rasmita Pradhan | June 16, 2025 1:28 PM

ସଇଁତଳା, ୧୬/୬ : ବଲାଙ୍ଗୀର ଜିଲ୍ଲା ସଇଁତଳା ବାଳିକା ହାଇସ୍କୁଲ ସାମ୍ନାରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଥିବା ନଳକୂପକୁ ଜଣେ ବ୍ୟକ୍ତି ଦୀର୍ଘଦିନ ହେବ ପୋତି ଦେଇଥିଲେ। ଏନେଇ ପ୍ରମେୟରେ ଖବର ପ୍ରକାଶ ପରେ ବ୍ଲକ ପ୍ରଶାସନ ରବିବାର ନଳକୂପକୁ ସଜାଡ଼ିଥିବା ଦେଖିବାକୁ ମିଳିଛି। 

ପ୍ରକାଶ ଥାଉକି, ସଇଁତଳାରୁ ଟିକ୍ରାପଡ଼ା ରାସ୍ତା, ବ୍ଲକ ଅଫିସ୍, ଡାକ୍ତରଖାନା, କଲେଜକୁ ସଂଯୋଗ କରୁଥିବା ରାସ୍ତା ଉପରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟ ସାମ୍ନାରେ ସରକାରୀ ଜମିରେ ଏକ ନଳକୂପ ଖନନ କରାଯାଇଥିଲା। ଏହି ନଳକୂପରୁ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ବାଟୋଇ ପାଣି ପିଇ ଶୋଷ ମେଣ୍ଟାଉଥିଲେ। ହେଲେ କିଛି ଦିନ ହେବ ଉକ୍ତ ନଳକୂପକୁ ଜଣେ ବ୍ୟକ୍ତି ବାଲି ଗଦାଇ ପୋତି ଦେଇଥିଲେ। ଫଳରେ ନଳକୂପଟି ବ୍ୟବହାର ଉପଯୋଗୀ ହୋଇପାରୁ ନଥିଲା। ଏନେଇ ପ୍ରମେୟରେ ଖବର ପ୍ରକାଶ ପରେ ବ୍ଲକ ପ୍ରଶାସନ ରବିବାର ଉକ୍ତ ନଳକୂପକୁ ସଜାଡ଼ିଥିବା ଦେଖିବାକୁ ମିଳିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.