ଫିରିଙ୍ଗିଆ, ୧୭/୧୨ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ଠାରେ ଥିବା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପରିସରରେ ଏକ ବ୍ଲକ ସ୍ତରୀୟ ଦୀର୍ଘସ୍ଥାୟୀ ଜୀବନ କୌଶଳ ଉପରେ ଆଧାରିକ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି I ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିର୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ର ଉଦ୍ଘାଟନୀ ଉତ୍ସବରେ କ୍ରାଣ୍ଡିବାଲି ସରପଞ୍ଚ ଲଷ୍ମୀ କହଁର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପୂର୍ବତନ ବିଧାୟକ ଅଙ୍ଗଦ କହଁର ପରିଚାଳନା କମିଟି ସଭାପତି ବିଷ୍ନୁଚରଣ ମଲିକ, ଲୁଇସିଂ ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସାହୁ, ବାଲନ୍ଦାପଡା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଦୀପ୍ତି ନନ୍ଦ, ଜେଜେଶପାଙ୍ଗା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସୌମେନ୍ଦ୍ର ପାଣିଗ୍ରାହିଁ, ଗୋଛାପଡା ପ୍ରଧାନ ଶିକ୍ଷକ ଅନନ୍ତ କହଁର, ବିଦ୍ୟାଳୟ ପରିଚାଳନା କମିଟି ର ବରିଷ୍ଠ ସଦସ୍ୟ ନିରଂଜନ ଦିଗାଳ ଓ ସମସ୍ତ ସଦସ୍ୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ I
ସେପଟେ ଜିଲ୍ଲାର ବରିଷ୍ଠ ବିଜ୍ଞାନ ଶିକ୍ଷକ ଅଭୟ କୁମାର ପ୍ରଧାନ ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ସଞ୍ଜୟ କୁମାର ସାହୁ ଓ ପ୍ରଦୀପ କୁମାର ସାହୁ ବିଚାରକ ଭାବରେ ଉପସ୍ଥିତ ଠିଲେ I କାର୍ଯ୍ୟକ୍ରମ ରେ ବ୍ଲକ ଅଧୀନରେ ଥିବା ସମୁଦାୟ ୧୮ ଟି ବିଦ୍ୟାଳୟ ର ୨୫ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ରତଙ୍ଗ ପଞ୍ଚାୟତ ପୋଡାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ବିଜୟଲଷ୍ମୀ ନାଏକ ପ୍ରଥମ ଉନ୍ନୀତ ବିଦ୍ୟାଳୟ କୁମ୍ଭାରଖୋଲ ର ଛାତ୍ରୀ ଦ୍ଵିତୀୟ ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଲଭଲି ଦିଗାଳ ତୃତୀୟ ସ୍ଥାନ ଅଧିକାର କରିଥିଲେ I କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I