ଭୁବନେଶ୍ୱ ୧୩/୦୬: ରାଜଧାନକୁ ସ୍ୱଚ୍ଛ ରଖିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି ) ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ପେଟ୍ (ପିଇଟି) ବୋତଲ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ବିଏମ୍ସି ଏବଂ ହିନ୍ଦୁସ୍ଥାନ କୋକା-କୋଲା ମଧ୍ୟରେ ଏ ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
Turning used PET bottles into a cleaner and greener future!
— BMC (@bmcbbsr) June 13, 2026
Bhubaneswar Municipal Corporation has partnered with Hindustan Coca-Cola to strengthen PET bottle collection, recycling, and public awareness. This initiative promotes responsible waste management, reduces plastic… pic.twitter.com/muuMiJYRc1
ଶୁକ୍ରବାର ଜାଗମରାସ୍ଥିତ ଫୁଡ୍ କୋର୍ଟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ବିଏମ୍ ସି କମିଶନର ଚଞ୍ଚଳ ରାଣା, ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ସାଂସ୍କୃତିକ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ତଥା ସ୍ଥାନୀୟ କର୍ପୋରେଟର ରାମଚନ୍ଦ୍ର ରଣସିଂହ, ଅତିରିକ୍ତ କମିଶନର କୈଳାସ ଚନ୍ଦ୍ର ଦାସ, ହିନ୍ଦୁସ୍ଥାନ କୋକା କୋଲା ରାଷ୍ଟ୍ରୀୟ ମୁଖ୍ୟ ତୁଷାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ହିନ୍ଦୁସ୍ଥାନ କୋକା-କୋଲା ବିଏମ୍ସି ସହିତ ମିଳିତ ଭାବରେ ସହରରୁ ପିଇଟି ବୋତଲ ସଂଗ୍ରହ କରିବ । ଏନେଇ ଏକ ସ୍ୱତନ୍ତ୍ର ଯାନର ଶୁଭାରମ୍ଭ କରାଯାଇଛି । ଏହି ଯାନ ନିର୍ଦ୍ଦିଷ୍ଟ କେତେକ ଅଂଚଳରୁ ବ୍ୟବହୃତ ବୋତଲ ସଂଗ୍ରହ କରିବ । ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱର ବିଭିନ୍ନ ଅଞ୍ଚଳ ସହ ଆଖପାଖ ଅଂଚଳରୁ ମଧ୍ୟ ପିଇଟି ବୋତଲ ସଂଗ୍ରହ କରାଯିବ ବୋଲି କହିଛନ୍ତି ମେୟର । ପିଇଟି ବୋତଲ ଯୋଗୁଁ ପରିବେଶ ପ୍ରଦୂଷଣ ହେଉଛି । ତେଣୁ ଏହାକୁ ସଂଗ୍ରହ କରିବାକୁ ବିଭିନ୍ନ ଖାଓ ଗଳି, ଖାଦ୍ୟ ଓ ପାନୀୟ ଦୋକାନ, ଭେଣ୍ଡିଂ ଜୋନ୍, ମଲ୍ ଆଦିରେ ସ୍ୱତନ୍ତ୍ର ବ୍ୟାଗ ରଖାଯିବ ।
ଅଧିକ ପଢ଼ନ୍ତୁ :- Severe Accident: ଛାତିଥରା ଦୁର୍ଘଟଣା, ଦ୍ରୁତଗତିରେ ଆସି ହାଇଓ୍ବାକୁ ପଛରୁ ପିଟିଲା କାର୍, ଚାଲିଗଲା ଦୁଇ ଜୀବନ
ସେହି ବ୍ୟାଗରେ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ରଖିବା ପାଇଁ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯିବ ବୋଲି କହିଛନ୍ତି ବିଏମ୍ସି କମିଶନର ଶ୍ରୀ ରାଣା । ଚୁକ୍ତି ଅନୁଯାୟୀ ବିଏମସି ଏହି ଉଦ୍ଦେଶ୍ୟରେ ଏକ ଇଭି ଏଲସିଭି ପ୍ରଦାନ କରିବ ଏବଂ କୋକା-କୋଲା ଦ୍ୱାରା ସଂଗ୍ରହ ଓ ପୁନଃଚକ୍ରଣ କାର୍ଯ୍ୟ ତଦାରଖ କରାଯିବ ବୋଲି କୁହାଯାଇଛି । ଏହି ସମସ୍ତ କାର୍ଯ୍ୟର ସଂଯୋଜନା କରିଥିଲେ ପରିମଳ ଉପାୟୁକ୍ତ ଏନ୍. ଗଣେଶ ବାବୁ ।