ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବୁଧବାର ବିଏମ୍‌ସି କର୍ପୋରେସନ ବୈଠକ, ୮୫୦ କୋଟିର ଚିଠା ବଜେଟ୍‌

Published By : Prameya | January 14, 2025 10:56 AM

ଭୁବନେଶ୍ୱର,୧୪/୦୧: ରାଜସ୍ୱ ଆୟ କମିଗଲା । ଯାହା ଟଙ୍କା ଥିଲା ସରିଗଲାଣି । ସରକାର ଟଙ୍କାଟିଏ ଦେଇନାହାନ୍ତି । ବିଏମ୍‌ସି  ଭଣ୍ଡାର ଖାଲି । ୨୦୨୫-୨୬ ଆର୍ଥିକ ବର୍ଷ  ବଜେଟ୍‌କୁ ନେଇ ବିଏମ୍‌ସି ଏବେ ଚିନ୍ତାରେ । ଏହାରି ଭିତରେ ଟାଣିଟୁଣି ୮୫୦ କୋଟି ଟଙ୍କାର  ଚିଠା ବଜେଟ୍‌ ପ୍ରସ୍ତୁତ ହୋଇଛି । ବୁଧବାର କର୍ପୋରେସନ ବୈଠକରେ ବଜେଟ୍‌ ଉପସ୍ଥାପନା ହୋଇପାରେ । ଏହା ସହ ଅନେକ ଗୁଡ଼ିଏ  ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା  ରହିଛି । 

ଡିସେମ୍ବର ୨୭ ତାରିଖରେ ବିଏମ୍‌ସିର  କର୍ପୋରେସନ ବୈଠକ ବସିବାର ଥିଲା । ହେଲେ  ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ  ବିୟୋଗ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଥିଲା । ଏହି  ବୈଠକ ୧୫ ତାରିଖକୁ ଧାର୍ଯ୍ୟ ହୋଇଛି । ତେବେ  ଏଥର ବିଏମ୍‌ସି ବୈଠକ ବେଶ ସରଗରମ ହେବ  ବୋଲି ଜଣାପଡ଼ିଛି । ନୂଆ ସରକାର ଆସିବା ପରେ  ବିଏମ୍‌ସି ଭାଗ ଟଙ୍କା ନ ମିଳିବା ପ୍ରସଙ୍ଗ ଉଠାଇବେ  ବିଏମ୍‌ସିର ଶାସକ ଦଳ ବିଜେଡି ।  

ନିର୍ବାଚନ ପୂର୍ବରୁ କଚ୍ଚାପକ୍କା ରାସ୍ତାରେ  ସିଂହ ଭାଗ ଟଙ୍କା ଖର୍ଚ୍ଚ ହେଲା । ସେହିପରି ମୁକ୍ତା  ଯୋଜନାରେ ୧୪୦ କୋଟି ଗଲା । ନିର୍ବାଚନ  ପରେ ସରକାର ବଦଳିଲା । ଏହି ଟଙ୍କା ଏବେ  ବିଏମ୍‌ସିକୁ ଦିଆଯାଇନି । ଫଳରେ ବିଏମ୍‌ସି ପାଣ୍ଠି  ଖାଲି ହୋଇଯାଇଛି । ତେବେ ଏହାରି ଭିତରେ  ୮୫୦ କୋଟି ଟଙ୍କାର ଚିଠା ବଜେଟ୍‌ ପ୍ରସ୍ତୁତ  ହୋଇଛି । କେଉଁ ଯୋଜନାରେ କେତେ ଟଙ୍କା  ରଖିବେ ତାକୁ ନେଇ ଭାଗ ଛିଣ୍ଡୁନି । ସେପଟେ  ବିଏମ୍‌ସି ମୁଖ୍ୟ ବିତ୍ତ ଅଧିକାରୀଙ୍କ ବଦଳି  ହୋଇଛି । ନୂଆ ବିତ୍ତ ଅଧିକାରୀ ଆସିନାହାନ୍ତି । ତେଣୁ ବିଦାୟୀ ବିତ୍ତ ଅଧିକାରୀଙ୍କୁ ବିଏମ୍‌ସି  ଛାଡୁନାହିଁ । ବିଏମ୍‌ସି ବୈଠକ ପୂର୍ବରୁ ଆଜି  ବିଭାଗ ସ୍ତରରେ ଅବଦଳବଦଳ ହୋଇଛି ।  ଭେହିକିଲ ବିଭାଗ ଅଧିକାରୀ ବଦଳିଛନ୍ତି। ନୂଆ କରି ଯୋଗ ଦେଇଥିବା ବିଏମ୍‌ସି ଡେପୁଟି  କମିଶନର ରଶ୍ମି ପ୍ରଧାନଙ୍କୁ ଏବିସି ଦାୟିତ୍ୱ ପ୍ରଦାନ  କରାଯାଇଛି । ଆସନ୍ତା ବୈଠକରେ ମଶା ପ୍ରସଙ୍ଗ  ମଧ୍ୟ ଉଠାଇବେ କିଛି କର୍ପୋରେଟର । ଏହା ସହ  ପ୍ରବାସୀ ଭାରତୀୟ ଦିବସରେ ଖର୍ଚ୍ଚ ହୋଇଥିବା  ଟଙ୍କା ପ୍ରସଙ୍ଗ ମଧ୍ୟ ଉଠିବ ବୋଲି ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.