ଭୁବନେଶ୍ୱର ୨୯/୦୫: ଭୁବନେଶ୍ୱର ମହାନଗର ନିଗମ ପରିଷଦ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ । ତା ପୂର୍ବରୁ ଷ୍ଟାଣ୍ଡିଂ କିମିଟି ବୈଠକ ସରିଛି । ଏହି ବୈଠକରେ ରାଜଧାନୀ ଜଳବନ୍ଦୀ ପ୍ରସଙ୍ଗରେ ଆଲୋଚନା ହେବ । ଏନେଇ ବିରୋଧୀ ବିଜେପି କର୍ପୋରେଟରମାନେ ବୈଠକରେ କର୍ତ୍ତୃପକ୍ଷଙ୍କୁ ଘେରିବାକୁ ସଜବାଜ  ହେଉଛନ୍ତି । ଓଡିଶାକୁ ମୌସୁମୀ ଛୁଇଁଲାଣି । 

ଚଳିତ ବର୍ଷ ପ୍ରବଳ ବର୍ଷା  ହେବାର ସମ୍ଭାବନା ରହିଛି । ମାତ୍ର ୨ଦିନ ତଳୁ ଡ୍ରେନ୍‌ ସଫା କାର୍ଯ୍ୟ ଆରମ୍ଭ  ହୋଇଛି । ହାତରେ ଆଉ କମ ଦିନ ଥିବା ବେଳେ ୭୭ କିମି ମୁଖ୍ୟ ଡ୍ରେନ୍‌  ଏବଂ ୩୬୦ କିମି ପୂର୍ତ୍ତ ବିଭାଗ ଡ୍ରେନ୍‌ କିପରି ସଫା ହେବ ତାକୁ ନେଇ  ପ୍ରଶ୍ନ ଉଠିଛି । ବର୍ଷା ହେଲେ ସହର ବୁଡ଼ିବା ଥୟ । ତଳିଆ ଅଞ୍ଚଳରେ  ପାଣି ଜମିବା ପରିସ୍ଥିତି ଉପୁଜିବ । ମୁକୁଳା ଡ୍ରେନ୍‌ରେ ପଡ଼ି ଜଣେ ଶିଶୁର  ମୃତ୍ୟୁ ହୋଇଥିଲା । ହେବେ ଏବେ ବି ୨୨ କିମି ମୁକୁଳା ଡ୍ରେନ୍‌ରେ ସ୍ଲାବ  ପଡ଼ିଲା ନାହିଁ । ଚଳିତ ବର୍ଷ ପୁଣି ଏକ ମୁଣ୍ଡ ଗଡ଼ିବା ଆଶଙ୍କା କରାଯାଉଛି ।