ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଓମ୍ ସାଇ ବିହାରରେ ପଶିଲା ବିଏମ୍‌ସି, ଆବାସ ଘର ଗୁଡ଼ିକର ଯାଞ୍ଚ କରିବା ସହ କଲା ତନାଘନା

Published By : Rasmita Pradhan | October 9, 2024 11:18 AM

ଭୁବନେଶ୍ଵର, ୦୯/୧୦ : ବୁଧବାର ସକାଳୁ ସକାଳୁ ଭୁବନେଶ୍ଵର ଓମ୍ ସାଇ ବିହାରରେ ପଶିଲା ବିଏମ୍‌ସି। ଆବାସ ଘର ଗୁଡ଼ିକର ଯାଞ୍ଚ କରିବା ସହ ଚାଲିଲା ତନାଘନା। ଆବାସ ଘର ଗୁଡ଼ିକର ଫଟୋ ଓ ଭିଡିଓଗ୍ରାଫି କରି ଡାଟା ନେଲେ ଅଧିକାରୀ।

ସୂଚନାନୁଯାୟୀ, ଗାଡ଼କଣ ଗ୍ରାମ ନିକଟସ୍ଥ ରାଜୀବ ଆବାସ ଯୋଜନାରେ ମିଳିଥିବା ୬୦୦ ଘରର ପୁଣି ଥରେ ହେଲା ସର୍ଭେ। ବୁଧବାର ସକାଳୁ ଓମ୍ ସାଇ ବିହାରରେ ଜୋନାଲ ଡେପୁଟି କମିଶନରଙ୍କ ସହ ସମସ୍ତ ଅଧିକାରୀ ଓ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଆସି ଗେଟ୍ ତାଲା ପକାଇ ପରିଚୟ ପତ୍ର ସହ ଆଲର୍ଟ ହୋଇଥିବା ଘର ନମ୍ବର ମ୍ୟାଚ୍ କରି ଲୋକଙ୍କୁ ଭିତରକୁ ପ୍ରବେଶ କରିବାକୁ ଦେଇଥିଲେ। ଯାଞ୍ଚ ସମୟରେ କିଛି ଲୋକେ ନିଜ ଘରକୁ ଭଡ଼ା ଦେଇଥିବା ବେଳେ ଆଉ କିଛି ଲୋକେ ସ୍ଥାନୀୟ ପ୍ରେସିଡେଣ୍ଟ ଏବଂ ସେକ୍ରେଟାରୀ ସାହାଯ୍ୟରେ ଅନ୍ୟ ଘରକୁ ଜବରଦଖଲ କରିଥିବା ଦେଖିବାକୁ ମିଳିଥିଲା। ତେବେ ଏନେଇ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନଥିଲେ ମଧ୍ୟ ଏପରି ଘଟଣା ପରେ ବିଏମସି ପକ୍ଷରୁ ସମସ୍ତ ଘରକୁ ଆଉ ଥରେ ସର୍ଭେ କରିବାକୁ ପଦକ୍ଷେପ ନିଆଯାଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.