ଭୁବନେଶ୍ଵର, ୨୦/୦୧ : ପାଖେଇ ଆସିଲାଣି ଖଣ୍ଡଗିରି ମେଳା। ୨୭ ତାରିଖରୁ ଆରମ୍ଭ ହେବ ଯାତ୍ରା ମହାକୁମ୍ଭ। ୭ଟି ପେଣ୍ଡାଲରେ ଜଲୱା ଦେଖାଇବେ ୧୫ ପାର୍ଟି। ଆଉ କିଛି ଦିନର ଅପେକ୍ଷା, ଆରମ୍ଭ ହେବ ଏବର୍ଷର ସୁପରହିଟ୍ ନାଟକ। ମୁହାଁମୁହିଁ ହେବେ ନାୟକ, ଖଳନାୟକ। ମଞ୍ଚକୁ ରଙ୍ଗୀନ କରିବ ହିରୋ ହିରୋଇନଙ୍କ ରୋମାଣ୍ଟିକ୍ ସିନ୍। ତେବେ ଯାତ୍ରା ହେବା ପୂର୍ବରୁ କମିଟିମାନଙ୍କ ଉପରେ ବିଏମସିର ଲଗାମ। NOC ଦେବା ପୂର୍ବରୁ ବିଏମସିର ଯାତ୍ରା ଏସଓପି। ଅଶ୍ଳୀଳତାକୁ କରାଯିବନି ଆଦୌ ବରଦାସ୍ତ। ପାର୍କିଂ, ସଫେଇ ଓ ବ୍ୟାରିକେଡକୁ ଗୁରୁତ୍ଵ। ଅଶ୍ଳୀଳ ପ୍ରଦର୍ଶନ କଲେ ଏନଓସି କ୍ୟାନସଲ୍। ଯାତ୍ରା ପରିବେଷଣ ଉପରେ ନଜର ରଖିବ ବିଏମ୍ସି ର ସ୍ଵତନ୍ତ୍ର ସ୍କ୍ଵାଡ୍। ଗଣମାଧ୍ୟମ ରିପୋର୍ଟ ଆଧାରରେ ବି ହୋଇପାରେ ଆକ୍ସନ।

ବିଏମସି କହିଛି ଯେ, କମିଟି ପକ୍ଷରୁ ସର୍ବାଧିକ ୫୦ଟି ଦୋକାନ ପକାଯାଇ ପାରିବ। ସେଥିରୁ ବି ବିଏମସି ଲାଇସେନ୍ସ ଫି ଆଦାୟ କରିବ। ବେନିୟମ ପାର୍କିଂକୁ ହଟାଯିବ। କେବଳ କମିଟିମାନେ ପାର୍କିଂ କରି ପାରିବେ। ଅନ୍ୟ କେହି କରି ପାରିବେ ନାହିଁ। ଟେଣ୍ଡର ଜରିଆରେ ପାର୍କିଂ ମିଳିବ। ଦର୍ଶକଙ୍କ ପାଇଁ ଚେୟାର ଛାଡି ଛାଡି ପକାହେବ। ସବୁ ଭଲ୍ୟୁଣ୍ଟର କାର୍ଡ ପକାଇବେ। ଏନେଇ ସବୁ କମିଟି ସହ ଆଲୋଚନା ହୋଇଛି।

ସୂଚନା ଥାଉକି, ୬ଟି ମଣ୍ଡପ NOC ପାଇଁ ଆବେଦନ କରିଛନ୍ତି। ଆଜି ୪ କମିଟିକୁ ମିଳିବ। ୨ କମିଟିର ଇସ୍ୟୁ ଅଛି ସମାଧାନ ହେଲେ NOC ପ୍ରଦାନ କରାଯିବ। ଏଏସଆଇ, ଖାରବେଳ ଓ ଫ୍ଲାଏ ଓଭର ତଳେ ପାର୍କିଂ କରିବାକୁ ବିଏମସି ଯୋଜନା କରିଛି। ଓଡ଼ିଶା ଷ୍ଟେଟ୍ ହାଉସିଂ ବୋର୍ଡର ପାର୍କିଂରେ ବି ଯାନବାହାନ ରହିବ। କେବଳ ଏଏସଆଇ ପାର୍କିଂ ଗ୍ରାଉଣ୍ଡ ଫ୍ରି ରହିବ। ବାକି ପାର୍କିଂରେ ଟଙ୍କା ଆଦାୟ ହେବ। ରେଟ୍ ଚାର୍ଟ ଡିସପ୍ଲେ ବୋର୍ଡରେ ଲାଗିବ। ଆଜିଠୁ ଷ୍ଟଲ୍ ଆଲଟମେଣ୍ଟ ଆରମ୍ଭ ହୋଇଛି। ୨୫ ତାରିଖରୁ ୭ ତାରିଖ ଯାଏ ଦୋକାନ ବସିବ।

ଏହି ଖବରଟିକୁ ପଢନ୍ତୁ- ଏପ୍ରିଲରୁ ୧୬ରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଜନଗଣନା,ରାଜସ୍ବ ବିଭାଗର ବିଜ୍ଞପ୍ତି ଜାରି