ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

କ୍ରିକେଟରେ ଏକାଧିକ ନିୟମର ପରିବର୍ତ୍ତନ କଲା ବିସିସିଆଇ

Published By : Tapas Panda | October 11, 2024 6:10 PM

ନୂଆଦିଲ୍ଲୀ: ଘରୋଇ କ୍ରିକେଟ୍‌ ନିୟମରେ ପରିବର୍ତ୍ତନ କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) । ବଲ୍‌ ଟାମ୍ପରିଂ ବିରୋଧରେ କଠୋର ଆଇନ୍‌ ଆସିଛି । ଯଦି କୌଣସି ଖେଳାଳି ବଲ୍‌ରେ ଲାଳ ଲଗାଇବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କୋଭିଡ ୧୯ ମହାମାରୀ ପରେ କ୍ରିକେଟ୍‌ରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । କରୋନା ପରଠୁ ଦଳଗୁଡ଼ିକୁ ବଲରେ ଲାଳ ଲଗାଇବା ଉପରେ ସତର୍କ କରାଯାଇଛି । ତେବେ ବିସିସିଆଇ ଘରୋଇ କ୍ରିକେଟରେ ଏହାକୁ ନେଇ କଠୋର ନିୟମ ଆପଣାଇଛି । ଯଦି କୌଣସି ଖେଳାଳି ବଲ୍‌ରେ ଲାଳ ଲଗାନ୍ତି ତେବେ ତାଙ୍କ ଉପରେ ଜରିମାନା ଲଗାଇବ ବିସିସିଆଇ । ଏହା ସହିତ ତୁରନ୍ତ ବଲ୍‌କୁ ବଦଳାଇ ଦିଆଯିବ। 

ବ୍ୟାଟରଙ୍କ ପାଇଁ ମଧ୍ୟ ନିୟମରେ ପରିବର୍ତ୍ତନ ହୋଇଛି ।  ରିଟାୟର୍ଡ ହଟ୍‌ ହେଲେ ଖେଳାଳିଙ୍କୁ ପୁନର୍ବାର ଖେଳିବାକୁ ସୁଯୋଗ ମିଳିବ ନାହିଁ ଏବଂ ବ୍ୟାଟରଙ୍କୁ ଆଉଟ୍ ବିବେଚନା କରାଯିବ । ବିସିସିଆଇ ରଣଜୀ  ଟ୍ରଫି ୨୦୨୪ର ନୂତନ ସିଜିନର ଠିକ୍ ପୂର୍ବରୁ ଏହି ପରିବର୍ତ୍ତନ କରିଛି । କ୍ରିକବଜର ଖବର ଅନୁଯାୟୀ, ବିସିସିଆଇ ଖେଳାଳିଙ୍କ ରିଟାୟର୍ଡ ହଟ୍‌ ନିୟମରେ ବଡ଼ ପରିବର୍ତ୍ତନ କରିଛି । ଯଦି କୌଣସି ଖେଳାଳି ଆହତ କାରଣରୁ ପଡ଼ିଆରୁ ବାହାରକୁ ଯାଆନ୍ତି ତେବେ ତାଙ୍କୁ ତୁରନ୍ତ ଆଉଟ୍ ଘୋଷଣା କରାଯିବ । ଅର୍ଥାତ ବ୍ୟାଟର ଆଉ ବ୍ୟାଟିଂ କରିପାରିବେ ନାହିଁ । ବିସିସିଆଇ ଏ ସମ୍ବନ୍ଧରେ ରାଜ୍ୟ ଦଳଗୁଡ଼ିକୁ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦେଇଛି । 

ରନ ରୋକିବା ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ନୂତନ ନିୟମ ଅନୁଯାୟୀ, ଯେବେ ବ୍ୟାଟର ପରସ୍ପରକୁ ଅତିକ୍ରମ କରିବା ପରେ ରନ ନ ନେବାକୁ ନିଷ୍ପତ୍ତି ନିଅନ୍ତି ଏବଂ ସେହି ସମୟରେ ଓଭର ଥ୍ରୋରେ ବାଉଣ୍ଡରୀ ମିଳିଯାଏ, ତେବେ ଏମିତି ସ୍ଥିତିରେ ପୁଣି ଥରେ ରନ ପାଇଁ  ବ୍ୟାଟର ଦୌଡ଼ିଲେ ମଧ୍ୟ ଏହାକୁ କେବଳ ବାଉଣ୍ଡରୀ ଭାବେ ବିବେଚନା କରାଯିବ । ସେହି ଦୃଷ୍ଟିରୁ ବ୍ୟାଟରଙ୍କୁ କେବଳ ୪ ରନ ମିଳିବ। ଏହି ନିୟମ ଆଗାମୀ ରଣଜୀ ସିଜିନରେ ଲାଗୁ ହେବ। ଏହା ବ୍ୟତୀତ କର୍ଣ୍ଣେଲ୍‌ ସିକେ ନାୟୁଡୁ ଟ୍ରଫିରେ ପଏଣ୍ଟ ଭାଗ କରିବାର ନିୟମରେ ମଧ୍ୟ ପରିବର୍ତ୍ତନ କରିଛି ବିସିସିଆଇ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.