ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମାଲ୍ୟାବନ୍ତ ମହୋତ୍ସବ ପାଇଁ ସତୀଗୁଡା ଜଳଭଣ୍ଡାରରେ ନୌକାଚାଳନା ପ୍ରତିଯୋଗୀତା

Published By : Suraj Kumar | December 11, 2024 9:05 PM

ମାଲକାନଗିରି,୧୧।୧୨ (ଆପ୍ର ): ମାଲକାନଗିରି ଜିଲ୍ଲାରେ ମାଲ୍ୟାବନ୍ତ ମହୋତ୍ସବ ପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସତୀଗୁଡା ଜଳ ଭଣ୍ଡାରରେ ନୌକା ଚାଳନା ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା। ମାଲ୍ୟବନ୍ତ ମହୋତ୍ସବ ଆଦିବାସି ବହୁଳ ମାଲକାନଗିରି ଜିଲ୍ଲାର ଲୋକପର୍ବ ହୋଇଥିବା ବେଳେ ଏହି ମହୋତ୍ସବକୁ ପ୍ରତିବର୍ଷ ଜିଲ୍ଲା ପ୍ରଶାସନ ଖୁବ ଧୁମ ଧାମରେ ଆୟୋଜନ କରିଥାଏ। ବିଶେଷ କରି ଜିଲ୍ଲାର କଳା ସଂସ୍କୃତି ସହ କଳାକାର ଓ କ୍ରୀଡା ସଙ୍ଗୀତ ନୃତ୍ୟ କୁ ଲୋକ ଲୋଚନକୁ ଆଣିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଏହି ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲ୍ଲାର ସତିଗୁଡା ଜଳ ଭଣ୍ଡାରରେ ଆଜି ଆୟୋଜିତ ହୋଇଥିଲା ନୌକା ଚାଳନା ପ୍ରତିଯୋଗିତା। ଏଥିରେ ୧୦ ଟି ଗାଁର ୪୦ ଜଣ ଆଦିବାସି ଓ ବଙ୍ଗୀୟ ମତ୍ସଜୀବୀ ଭାଗ ନେଇଥିଲେ। 

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ ଏସପି ରୋହିତ ବର୍ମା, ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କତାପାଲି, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ,ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଏସିଏଫ ଡ.ଏଲା ଭର୍ସନଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ତେବେ ଜିଲ୍ଲାପାଳ ଶ୍ରୀ ପାଟିଲ ପତାକା ଦେଖାଇ ଏହି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଏହି ପ୍ରତିଯୋଗିତାର ଆବାହକ ଦୁର୍ଯୋଧନ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। 

ଗଭୀର ଜଳରାଶି ମଧ୍ୟରେ ଏପରି ନିଆରା ନୌକା ପ୍ରତିଯୋଗିତାକୁ ଦେଖିବା ଲାଗି ହଜାର ହଜାର ଦର୍ଶକ ଙ୍କ ଭିଡ଼ ହୋଇଥିଲା। ପ୍ରତିଯୋଗିତା ଶେଷ ହେବା ପରେ ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବରେ ପୁରସ୍କୃତ କରାଯିବାକୁ ସ୍ଥିର ହୋଇଥିବା ବେଳେ ଏପରି ନିଆରା ପ୍ରତିଯୋଗିତାରେ ଭାଗ ନେଇ ବେଶ ଖୁସି ପ୍ରକାଶ କରିଛନ୍ତି ପ୍ରତିଯୋଗୀମାନେ।

 ଏହି ପ୍ରତିଯୋଗିତାରେ ୧୦ଟି ଦଳ ମଧ୍ୟରୁ ପ୍ରଥମ ସ୍ଥାନ ହାସଲ କରିଥିଲା ଶିନ୍ଧ୍ରୀମାଳ ଗ୍ରାମର ଦଳ। ସେହିପରି ଦ୍ଵିତୀୟ ସ୍ଥାନ  ସୋରିଷମାଳ ଗ୍ରାମ ଦଳ ଓ ତୃତୀୟ ସ୍ଥାନ  ଏମଭି ୧୧୧ଗ୍ରାମର ଦଳ ହାସଲ କରିଥିଲା। ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିକୋଣରୁ ଦମକଳ ବାହିନୀ,  ଲାଇଫ ଜ୍ୟାକେଟ, ଉଦ୍ଧାର କାରୀ ଦଳ, ବୋଟ ଓ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। 

ସୂଚନା ଥାଉକି ପୂର୍ବ ବର୍ଷମାନଙ୍କରେ ଏହି ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀମାନଙ୍କୁ ପ୍ରଥମ ପୁରସ୍କାର ଭାବେ ୫୦୦୦, ଦ୍ଵିତୀୟ ୩୦୦୦ ଏବଂ ତୃତୀୟ ପୁରସ୍କାର ୨୦୦୦ ଅର୍ଥ ରାଶୀ ପାଉଥିବା ବେଳେ ବର୍ତ୍ତମାନ ପ୍ରତିଯୋଗୀ ମାନଙ୍କ ଅନୁରୋଧ ଅନୁଯାୟୀ ଜିଲ୍ଲାପାଳ ଏହି ପୁରସ୍କାର ରାଶୀକୁ ବଢାଇଛନ୍ତି। ପ୍ରଥମ ପୁରସ୍କାରକୁ ୧୦୦୦୦, ଦ୍ଵିତୀୟ ପୁରସ୍କାର ୮୦୦୦ ଓ ତୃତୀୟ ପୁରସ୍କାର ୬୦୦୦ଟଙ୍କା ଘୋଷଣା କରିଛନ୍ତି। ଯାହାକୁ ନେଇ ପ୍ରତିଯୋଗୀ ମାନେ ବେସ ଖୁସି ପ୍ରକାଶ କରିଛନ୍ତି।  ଅନ୍ୟମାନଙ୍କ ମଧ୍ୟରେ ଏସିଏଫ ମନସୁନ ଖେମୁଡୁ, ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ ସୁଶାନ୍ତ କୁମାର ଗଉଡ, ଜିଲ୍ଲା କ୍ରିଡା ଅଧିକାରୀ ମାଧବ ପାଙ୍ଗି, ମାଲକାନଗିରି ରେଞ୍ଜର ରମେଶ ରାଉତ,  ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.