ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଗଛରେ ଝୁଲୁଛି ପ୍ରେମୀ ଯୁଗଳଙ୍କ ମୃତଦେହ, କାରଣ ଅସ୍ପଷ୍ଟ

Published By : Harapriya Sethi | April 17, 2025 11:29 AM

ଭୁବନେଶ୍ୱର, ୧୭/୦୪: ଗଛରେ ଝୁଲୁଛି ପ୍ରେମୀଯୁଗଳଙ୍କ ମୃତଦେହ । ଗୋଟିଏ ଡାଳରେ ଓଢଣୀରେ ଉଭୟ ପଟକୁ ଝୁଲି ରହିଛି ଯୁବକ ଯୁବତୀଙ୍କ ମୃତଦେହ । ରାସ୍ତା କଡରେ ରହିଛି ସ୍କୁଟି । ଉଭୟ ଯୁବକ ଯୁବତୀ ସୁନାଖଳା ଅଞ୍ଚଳର ବୋଲି ଜଣାପଡ଼ିଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଜଙ୍କିଆ ଥାନା ଅନ୍ତର୍ଗତ ଗୌଡପାଟଣା ଗ୍ରାମରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଯୁବକ ଜଣକ ଅଜୁ ଏବଂ ସେ ସୁନାଖଳା ବଜାରରେ ଏକ ଗ୍ୟାରେଜ କରିଥିଲେ । ଯୁବତୀ ଜଣକ ଶାନ୍ତି ଏବଂ ସେ ମଧ୍ୟ ସୁନାଖଳା ବଜାରରେ ଏକ ବିୟୁଟି ପାର୍ଲର କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାବେଳେ ଗୁରୁବାର ଏଭଳି ଘଟଣା ଘଟିଛି । ଉଭୟଙ୍କ ମୃତଦେହ ଏକ ଗଛରେ ଝୁଲୁଥିବା ଦେଖିଥିଲେ ସ୍ଥାନୀୟଲୋକେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଜଙ୍କିଆ ପୋଲିସ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ । ତେବେ କେଉଁ କାରଣରୁ ଉଭୟ ଆତ୍ମହତ୍ୟା କରିଛନ୍ତି ନା ଉଭୟଙ୍କ ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ରହିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.