ଜଗତସିଂହପୁର,୦୪/୦୬: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଗଡହରିଷପୁର ପଞ୍ଚାୟତ ଅନ୍ତର୍ଗତ ଶଙ୍ଖ ନଦୀ କୂଳରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ରହିଥିବା ଦେଖିବାକୁ ମିଳିଛି । ଯୁବକଙ୍କୁ ହତ୍ୟା କରି ନଦୀ କୂଳରେ ଫୋପାଡି ଦିଆଯାଇଥିବା ସନ୍ଦେହ କରାଯାଉଛି।
ସୂଚନା ମୁତାବକ, ଶଙ୍ଖ ନଦୀ କୂଳରେ ବୁଧବାର ସକାଳେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡ଼ିଥିବାର ସ୍ଥାନୀୟଲୋକେ ଦେଖିଥିଲେ । ଏହା ଦେଖି ନଦୀ ପଥ ଦେଇ ଯାତାୟାତ କରୁଥିବା ଲୋକମାନେ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ । ତେବେ ଯୁବକଙ୍କୁ ହତ୍ୟା କରି ନଦୀ କୂଳରେ ଫୋପାଡି ଦିଆଯାଇଥିବା ସନ୍ଦେହ କରାଯାଉଛି। ଏନେଇ ପୁଲିସକୁ ଖବର ଦିଆଯାଇଥିଲେ ସୁଦ୍ଧା ବର୍ତ୍ତମାନ ଯାଏଁ ଘଟଣାସ୍ଥଳରେ ପହଞ୍ଚିନାହିଁ ପୁଲିସ ।