ପ୍ରମୂଖ ଖବର
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ପରିତ୍ୟକ୍ତ କୂଅରେ ଭାସୁଛି ଯୁବକଙ୍କ ମୃତଦେହ, ହତ୍ଯା ନା ଆତ୍ମହତ୍ୟା ସନ୍ଦେହ

Published By : Harapriya Sethi | June 29, 2025 2:35 PM

କଣ୍ଟାବାଞ୍ଜି, ୨୯/୦୬: ତୁରେଇକେଲା ଯିବା ରାସ୍ତାର ନୂଆ ବସଷ୍ଟାଣ୍ଡ ପଛପଟ ଏକ ପରିତ୍ୟକ୍ତ କୂଅରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୁଲିସ ଏବଂ ଅଗ୍ନିଶମ ବିଭାଗ ଉପସ୍ଥିତ ରହିଛନ୍ତି । ମୃତଦେହ କୂଅ ଭିତରେ ପଡି ରହିଥିବାବେଳେ ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ୍‌ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଦ୍ଧାର କରାଯିବ ବୋଲି ଜଣାପଡିଛି ।

ଅନ୍ୟପଟେରେ ଗତ କିଛି ଦିନ ହେବ ଡୁମେରଚୁଆ ଗାଁର ଜଣେ ଯୁବକ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ତେଣୁ ଏହି କୂଅରେ ପଡ଼ିଥିବା ଯୁବକ ଜଣକ ସେହି ଯୁବକ ବୋଲି ପରିବାର ପକ୍ଷରୁ ସନ୍ଦେହ କରାଯାଉଛି । ମୃତଦେହକୁ ଉଦ୍ଧାର ପରେ ତାଙ୍କ ପରିଚୟ ଜଣାପଡ଼ିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.