ତେଲକୋଇ, ୧୦।୮ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ପୋଡାଙ୍ଗ ଗ୍ରାମ ସନ୍ନିକଟ ଜଙ୍ଗଲରୁ ଜଣେ ଜୁଆଙ୍ଗ ଯୁବକଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ କୃଷ୍ଣପୁର ବଇଦନାଳି ସାହିର ବିଶ୍ଵନାଥ ଜୁଆଙ୍ଗ ।
ସୂଚନା ଅନୁଯାୟୀ ଶନିବାର ସଂଧ୍ୟାରୁ ବିଶ୍ବନାଥ ଜୁଆଙ୍ଗ ନିଖୋଜ ଥିଲେ । ତେବେ ରାଖୀ ପୂର୍ଣ୍ଣମୀ ଉପଲକ୍ଷେ ବିଶ୍ଵନାଥ ପୋଡାଙ୍ଗ ଗ୍ରାମକୁ ଆସି ପିଲା ଛୁଆଙ୍କ ପାଇଁ ଡ୍ରେସ କିଣି ଘରକୁ ଫେରୁଥିବା ବେଳେ ପଡାଙ୍ଗ- କୃଷ୍ଣପୁର ରାସ୍ତାରେ କେହି ଦୁର୍ବୃତ୍ତ ବିଶ୍ବନାଥକୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରିଛନ୍ତି । ତାଙ୍କ ପରିବାର ଲୋକ ବିଶ୍ଵନାଥକୁ ଚାରି ଆଡେ ଖୋଜା ଖୋଜି କରୁଥିବା ବେଳେ ପଡାଙ୍ଗ ଗାଁ ନିକଟ ଶୁଆକଟା ଜଙ୍ଗଲରୁ ବିଶ୍ବନାଥଙ୍କ ଶବକୁ ଠାବ କରିଥିଲେ । ଏହା ପରେ ପୁଲିସକୁ ଖବର ଦେଇଥିବା ଜଣା ପଡ଼ିଛି । ଖବର ପାଇ ତେଲକୋଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ବୃତ୍ତ ଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି। ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ।