ପ୍ରମୂଖ ଖବର
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ବୋଲେରୋ-ବାଇକ ମୁହାଁମୁହିଁ ଦୁର୍ଘଟଣା; ଜଣେ ମୃତ, ଜଣେ ଗୁରୁତର …

Published By : Ladu Kishor | June 4, 2025 11:07 PM

ଫିରିଙ୍ଗିଆ ୪/୬ ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ ନେଡିପଦର ବୁଲାଣି ପୋଲ ନିକଟରେ ବାଇକ ଓ ବୁଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ପଛରେ ବସିଥିବା ଯୁବକ ଗୁରୁତର ହୋଇଥିବା ଜଣା ପଡିଛି l ସୂଚନା ଅନୁସାରେ ଆଜି ଦିନ ୩ଟା ସମୟରେ ନିଜ ଗାଁ ବାନ୍ଦାମାହାରୁ ଫିରିଙ୍ଗିଆ ଆଡକୁ ବାଇକରେ କୌଣସି କାମ ପାଇଁ ଆସୁଥିବା ବେଳେ ଫିରିଙ୍ଗିଆ ପଟୁ ଯାଉଥିବା ବୋଲେରୋ ଗାଡି ସହ ମୁହାଁ ମୁହିଁ ଧକ୍କା ହୋଇଥିଲା l ଦୁର୍ଘଟଣା ପରେ ଘଟଣାସ୍ଥଳରେ ଦୁର୍ଘଟଣା ଘଟିଥିବା କିଛି ଲୋକେ ଦେଖିବା ପରେ ଫିରିଙ୍ଗିଆ ଦମକଳ ବାହିନୀକୁ ଯୋଗାଯୋଗ କରିଥିଲେ । ତୁରନ୍ତ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରତର ଆହତଙ୍କୁ ଫିରିଙ୍ଗିଆ ମେଡିକାଲରେ ଭର୍ତି କରିଥିଲେ l 

ତେବେ ଗୁରୁତର ଆହତଙ୍କ ମଧ୍ୟରୁ ଗାଡି ଚାଳକକୁ ଫିରିଙ୍ଗିଆ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ l ଅନ୍ୟଜଣକୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି l ତେବେ ମୃତ ଯୁବକ ଜଣକ ପବିଙ୍ଗିଆ ପଞ୍ଚାୟତ ବାନ୍ଦା ମାହା ଗ୍ରାମର ପ୍ରତାପ ମଲିକ ଏବଂ ଅନ୍ୟ ଜଣେ ସେହି ପବିଙ୍ଗିଆ ପଞ୍ଚାୟତ ସାଇତିଙ୍ଗିଆ ଗାଁର ଲବ ମୁଖି ବୋଲି ଜଣା ପଡିଛି l ଫିରିଙ୍ଗିଆ ବଜାରକୁ କୌଣସି କାମରେ ଆସି ନିଜ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି l ଅନ୍ୟପଟେ ବୋଲେରୋ ଗାଡି ଫୁଲବାଣୀ ରୁଜାଙ୍ଗୀରୁ ଭଡାରେ ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ଏକ ଭୋଜିକୁ ଯାଉଥିବା ଜଣା ପଡ଼ିଥିବା ବେଳେ ଘଟଣା ସ୍ଥଳରେ ଫିରିଙ୍ଗିଆ ପୋଲିସ ପହଞ୍ଚି ଗାଡିକୁ ଜବତ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.