ବାଙ୍ଗିରିପୋଷି,୧୫।୦୨: ବେଆଇନ ଗୋ ଚାଲାଣରେ ଲାଗୁନାହିଁ ରୋକ। ଷଣ୍ଡ ବୋଝେଇ ବୋଲେରୋ ଧକ୍କାରେ ଭାଙ୍ଗିଲା ଔଷଧ ଦୋକାନ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ସମ୍ମୁଖରେ ଏହି ଘଟଣା ଘଟିଛି।

ଆହୁରି ପଢନ୍ତୁ-‘ଯୁବକ ଦୌଡ଼ିଲେ ଦେଶ ଦୌଡ଼େ’…ହୀରାକୁଦ ହାଫ୍ ମାରାଥନ୍'ର ଶୁଭାରମ୍ଭ କରି କହିଲେ ଧର୍ମେନ୍ଦ୍ର

ସୂଚନା ଅନୁଯାୟୀ,ଏକ ବୋଲେରୋ ଗାଡି ବାରିପଦା ପଟୁ ବିଶୋଇ ଅଭିମୁଖେ ଯାଉଥିଲା। ସେହି ସମୟରେ ଗାଡିଟି ନିୟନ୍ତ୍ରଣ ହରାଇ ବାଙ୍ଗିରିପୋଷି ବଜାର ମଧ୍ୟରେ ଥିବା ପଦ୍ମା ମେଡ଼ିସିନ ଷ୍ଟୋର ଭିତରକୁ ପଶି ଯାଇଥିଲା। ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକ ପାଖକୁ ଆସିବା ବେଳକୁ ଡ୍ରାଇଭର ଓ ତାଙ୍କ ସହଯୋଗୀ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ଗାଡି ଭିତରୁ ନିର୍ଦ୍ଦୟ ଭାବେ ବନ୍ଧା ହୋଇଥିବା ୪ଟି ଷଣ୍ଢକୁ ଉଦ୍ଧାର କରାଯାଇଛି। ଖବରପାଇ ବାଙ୍ଗିରିପୋଷି ପୁଲିସ ଆସି ବୋଲେରୋକୁ ଥାନାକୁ ନେବା ସହିତ ୪ଟି ଷଣ୍ଢକୁ ଉଦ୍ଧାର କରିଛି। ତେବେ ମହାଶିବରାତ୍ରିରେ ଷଣ୍ଢମାନଙ୍କୁ ଗୋମାଫିଆଙ୍କ କବଳରୁ ମହାଦେବ ବଞ୍ଚାଇ ଦେଲେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।