ଶେରଗଡ଼,୨୫/୭ : ଶେରଗଡ଼ ଥାନା ଅନ୍ତର୍ଗତ ସୁନାନ୍ତର ଗ୍ରାମ ଛକରେ ଆଜି ପ୍ରାୟ ୮ ଟା ବୋମାମାଡ଼ ହୋଇଛି ।ଦୁର୍ବୃତ୍ତମାନେ ଗାଡ଼ିରେ ଆସି କାଳିଆ ଜେନା ଘରକୁ ଲକ୍ଷ୍ୟ କରି ବୋମା ମାଡ଼ କରିଥିଲେ । ଫଳରେ  ଶ୍ରୀ ଜେନା ଘର ଆଗରେ ଥିବା ମନୁ ଜେନା ଦେହରେ ବାଜିଥିଲା । ଫଳରେ ମନୁ ଜେନା ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦୁର୍ବୃତ୍ତମାନେ କାଳିଆ ଜେନାକୁ‌ ଲକ୍ଷ୍ୟ କରି ବୋମା ମାଡ‌ କରିଥିଲେ । କିନ୍ତୁ ବୋମା ମାଡ଼ କରିଥିଲେ। ଖବରପାଇ ଥାନାର ଏଏସଆଇ‌ କୃଷ୍ଣଚନ୍ଦ୍ର ଦାଶ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କିଏ କାହିଁକି ଆସି ବୋମାମାଡ କଲା ତାହାର କାରଣ ଅସ୍ପଷ୍ଟ ରହିଛି । ତଦନ୍ତ ପରେ ଜଣାପଡ଼ିବ ବୋଲି ଏଏସଆଇ‌ କୃଷ୍ଣଚନ୍ଦ୍ର ଦାଶ କହିଛନ୍ତି ।