ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

Ram Mandir: ଅଯୋଧ୍ୟା ରାମ ମନ୍ଦିରକୁ ମିଳିଲା ବୋମା ଧମକ; କଡାକଡି ହେଲା ସୁରକ୍ଷା ବ୍ୟବସ୍ଥା

Published By : Bijay Swain | April 15, 2025 5:42 PM

Image courtesy: indiatoday

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରକୁ ନେଇ ମିଳିଲା ବୋମା ଧମକ। କେହି ଜଣେ ମନ୍ଦିର ଟ୍ରଷ୍ଟ ମେଲକୁ ମେଲ କରି ଏହି ବୋମା ଧମକ ଦେଇଥିବା ଜଣାପଡିଛି। ଗତବର୍ଷ ଜାନୁୟାରୀ ମାସରେ ଉଦ୍ଘାଟନ ହୋଇଥିବା ରାମ ମନ୍ଦିରକୁ ଏପରି ପ୍ରଥମ ଥର ପାଇଁ ଧମକ ମିଳିଥିବା ଜଣାପଡିଛି। 

ଏହି ଧମକପୂର୍ଣ୍ଣ ମେଲଟି ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟ ଇ-ମେଲକୁ ଆସିଥିବା ଜଣାପଡିଛି। ରାମ ମନ୍ଦିରର ପରିଚାଳନା ଦାୟିତ୍ତ୍ୱ ଏହି ଟ୍ରଷ୍ଟ ବୋର୍ଡ ଉପରେ ରହିଛି। ସୋମବାର ମଧ୍ୟରାତ୍ରିରେ କେହି ଜଣେ ଅତାତାୟି ଏପରି ଧମକପୂର୍ଣ୍ଣ ମେଲ ପଠାଇଥିଲେ। ଏହି ମେଲ ମିଳିବା ପରେ ମନ୍ଦିର ପରିଚାଳନା କରୁଥିବା ସଦସ୍ୟ ମାନେ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ବଢାଇ ଦେଇଛନ୍ତି। ତେବେ ଏହି ମେଲଟି ଇଂରାଜୀରେ ଲେଖାଯିବା ସହ ତାମିଲନାଡିରୁ କେହି ଜଣେ ବ୍ୟକ୍ତି ଏହାକୁ ପଠାଇଛନ୍ତି ବୋଲି ପୋଲିସ କହିଛି।

ଏହି ଧମକପୂର୍ଣ୍ଣ ମେଲଟି ରାମ ମନ୍ଦିର ବ୍ୟତିତ ବାରବାଙ୍କୀ ଓ ଚାନ୍ଦୌଲି ସମେତ ଅନ୍ୟ ଜିଲ୍ଲାମାନଙ୍କୁ ମଧ୍ୟ ମିଳିଛି ବୋଲି ସୂଚନା ରହିଛି। ତେବେ ଏନେଇ ରାମ ମନ୍ଦିର ଟ୍ରଷ୍ଟ ଥାନାରେ ଏକ ମାମଲା ରୁଜୁ କରିଛି। ଅଯୋଧ୍ୟା ସାଇବର ସେଲ ଏହି ମାମଲାର ତଦାରଖ ଜାରି ରଖିଛି। 

ଆପଣଙ୍କୁ ଜଣାଇରଖୁ ଯେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପୂର୍ବରୁ ଏକ ଚାରି କିଲେମିଟର ଲମ୍ୱ ସୁରକ୍ଷା ପ୍ରାଚିରର ନିର୍ମାଣ କାମ ଚାଲୁ ରହିଛି। ଆସନ୍ତା ୧୮ ମାସ ଭିତରେ ଏହି କାମ ସଂପୂର୍ଣ୍ଣ ହେବ ବୋଲି ନିର୍ମାଣ କମିଟିର ଅଧ୍ୟକ୍ଷ ନ୍ରିପେନ୍ଦ୍ର ମିଶ୍ରା ସୂଚନା ଦେଇଛନ୍ତି। ଏହା ସହ ଆଉ ମାତ୍ର ୬ ମାସ ମଧ୍ୟରେ ରାମ ମନ୍ଦିରର କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ ହୋଇଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.