ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ନାବାଳିକାଙ୍କୁ ବମ୍ବେ ହାଇକୋର୍ଟଙ୍କ ଗର୍ଭପାତ ଅନୁମତି; ଇନ୍‌ଷ୍ଟାରେ ଯୁବକଙ୍କ ସହ ବନ୍ଧୁତା ପରେ ହୋଇଥିଲେ ଦୁଷ୍କର୍ମ ଶିକାର

Published By : Prameya | June 12, 2025 12:46 PM

ମୁମ୍ବାଇ,୧୨/୦୬: ବମ୍ବେ ହାଇକୋର୍ଟ ଜଣେ ୧୪ ବର୍ଷୀୟା ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ କରାଇବା ଲାଗି ଅନୁମତି ପ୍ରଦାନ କରିଛନ୍ତି । ସେ ୨୪ ସପ୍ତାହର ଗର୍ଭବତୀ ଥିଲେ । ନାବାଳିକା ପୀଡ଼ିତା ଚାହିଁଲେ ଗର୍ଭପାତ କରାଇ ପାରିବେ ବୋଲି ଅଦାଲତ ନିଜ ରାୟରେ କହିଛନ୍ତି । 

ଏହି ମାମଲା ମହାରାଷ୍ଟ୍ରସ୍ଥିତ ରାୟଗଡ଼ ଜିଲ୍ଲାର । ଜଣେ ଯୁବକ ଇନ୍‌ଷ୍ଟାଗ୍ରାମ୍‌ରେ ନାବାଳିକାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲା ।  ଏହାପରେ ତାଙ୍କୁ ବିଭିନ୍ନ ସମୟରେ ଦୁଷ୍କର୍ମ କରିଥିଲା । ଭୟରେ ନାବାଳିକା କାହାକୁ କହିନଥିଲେ । ୬ ମାସ ଧରି  ପୀଡ଼ିତାଙ୍କର ଋତୁସ୍ରାବ ନ ହେବା ଯୋଗୁ ତାଙ୍କ ମାଆଙ୍କର ସନ୍ଦେହ ଉପୁଜିଥିଲା । ସେ ହସ୍ପିଟାଲ ଯାଇ ଡାକ୍ତରଙ୍କ ସହ  ପରାମର୍ଶ କରିଥିଲେ । ଯାଞ୍ଚରୁ ଝିଅ ଗର୍ଭବତୀ ଥିବା ମାଆ ଜାଣିବାକୁ ପାଇଥିଲେ । ଏହାପରେ ଅଭିଯୁକ୍ତ ଯୁବକ ବିରୋଧରେ ପୋକ୍‌ସୋ ଆଇନରେ ମାମଲା ରୁଜୁ ହୋଇଥିଲା । ମାମଲା ବମ୍ବେ ହାଇକୋର୍ଟ ଯାଇଥିଲା ।  

ଜୁନ୍‌ ୬ରେ ହାଇକୋର୍ଟ ରାୟଗଡ଼ର ଅଲିବାଗ ସିଭିଲ ହସ୍ପିଟାଲର ସର୍ଜନଙ୍କୁ ମେଡିକାଲ ବୋର୍ଡ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାଞ୍ଚରୁ ବୋର୍ଡ ଜାଣିବାକୁ ପାଇଥିଲା ଯେ ପୀଡ଼ିତା ରକ୍ତହୀନତାରେ ପୀଡ଼ିତ ଥିବାରୁ ହେମୋଗ୍ଲୋବିନ ସ୍ତର ଠିକ୍‌ କରିବାକୁ ହେବ । ମଙ୍ଗଳବାର ମାମଲାର ପୁନର୍ବାର ଶୁଣାଣି ବେଳେ ସର୍ଜରି ପାଇଁ ନାବାଳିକା ଉପଯୁକ୍ତ ଥିବା ବୋର୍ଡ ଅଦାଲତଙ୍କୁ ଜଣାଇଥିଲା ।  ଏଥିସହ ଭବିଷ୍ୟତରେ ତାଙ୍କର ପ୍ରଜନନ କ୍ଷମତା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଇଥିଲା । ଏହାପରେ ଅଦାଲତ ତାଙ୍କର ଗର୍ଭପାତ କରାଇବା ଲାଗି ଅନୁମତି ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.