ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବର୍ଡର ଗାଭାସ୍କର ଟ୍ରଫି: ପର୍ଥରେ ଭାରତର ବୃହତ ବିଜୟ, ୨୯୫ ରନରେ ହାରିଲା ଅଷ୍ଟ୍ରେଲିଆ

Published By : Ankita S | November 25, 2024 1:39 PM

ପର୍ଥ,୨୫/୧୧: ପର୍ଥରେ ଟିମ୍ ଇଣ୍ଡିଆର ପାୱାରଫୁଲ ଶୋ । ପର୍ଥ ଗ୍ରାଉଣ୍ଡରେ ଭାରତ ବୃହତ ବିଜୟ ହାସଲ କରିଛି । ବର୍ଡର ଗାଭାସ୍କର ଟ୍ରଫି ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୨୯୫ରନରେ ପରାସ୍ତ କରିଛି ବୁମରାବାହିନୀ । ୧୩୬ ବର୍ଷର ରେକର୍ଡ ଭାଙ୍ଗିଛି ଟିମ୍ ଇଣ୍ଡିଆ । ବ୍ୟାଟ୍ସମ୍ୟାନଙ୍କ ପରେ ବୋଲରଙ୍କ ଦମଦାର ବୋଲିଂ ବଳରେ ବଡ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ବୁମରା, ହର୍ଷିତ ଓ ସିରାଜଙ୍କ ଚମତ୍କାର ବୋଲିଂ ବଳରେ କଙ୍ଗାରୁ ଦଳଠୁ ବାଜିମାରି ନେଇଛି ଭାରତ । ପର୍ଥରେ କଙ୍ଗାରୁ ବାହିନୀର ଗର୍ବ ଭାଙ୍ଗିଛି ବୁମରାବାହିନୀ । ଘରୋଇ ଗ୍ରାଉଣ୍ଡରେ ଚେକ୍ ଖାଇଛି କଙ୍ଗାରୁ ଦଳ । ଏହି ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ । ପ୍ରଥମ ଟେଷ୍ଟରେ ୮ଟି ୱିକେଟ ନେଇ ପ୍ଲେୟାର ଅଫି ଦି ମ୍ୟାଚ ବିବେଚିତ ହୋଇଛନ୍ତି ଯଶପ୍ରୀତ ବୁମରା ।

ସମ୍ମାନଜନକ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ପର୍ଥ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିଲା । ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ମାତ୍ର ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ପ୍ରଥମ ପାଳିରେ ଭାରତ ୧୫୦ ରନ କରି ଅଲଆଉଟ ହୋଇଥିଲା । ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ ବି ବୋଲର ମ୍ୟାଚକୁ ନିୟନ୍ତ୍ରଣକୁ ଆଣିଥିଲେ । ଘରୋଇ ଦଳକୁ ପ୍ରଥମ ଇନିଂସରେ ୧୦୪ରନରେ ଅଲଆଉଟ କରିଥିଲେ । ଏଥିରେ ଯଶପ୍ରୀତ ବୁମରା ୫ଟି ୱିକେଟ ନେଇଥିବା ବେଳେ ନୀତିଶ ରେଡ୍ଡୀ ୩ଟି ଓ ମହମ୍ମଦ ସିରାଜ ୨ଟି ୱିକେଟ ନେଇଥିଲେ । ଏହାପରେ ଦ୍ବିତୀୟ ପାଳିରେ ମ୍ୟାଜିକ କରିଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ । ଜସ୍ବସୀ ଜୈସ୍ବାଲ ଓ ବିରାଟ କୋହଲି ଶତକ ହାସଲ କରିଥିଲେ । ଜୈସ୍ବାଲ ୧୬୧ରନ ବିରାଟ ପାଳି ଖେଳିଥିଲେ । କେଏଲ ରାହୁଲ ଉପଯୋଗୀ ୭୭ରନ ପାଳି ଖେଳିଥିଲେ । ଘରୋଇ ଦଳର ବୋଲରଙ୍କୁ ନାକେଦନ କରିଥିଲେ । କଙ୍ଗାରୁ ଦଳ ଆଗରେ ରନର ପାହାଡ ଛିଡା କରିଥିଲା ଟିମ ଇଣ୍ଡିଆ । 

୬ ୱିକେଟ ବିନିମୟରେ ଭାରତ ୪୭୮ରନ କରି ପାଳି ଘୋଷଣା କରିଥିଲା । ଏହାପରେ କଙ୍ଗାରୁ ଦଳ ୫୩୪ରନ ଟାର୍ଗେଟ ପିଛା କରି ଖେଳିଥିଲା । ଦ୍ବିତୀୟ ପାଳିରେ ବି ଚମତ୍କାର ବୋଲିଂ କରିଥିଲେ ଭାରତୀୟ ବୋଲର । ଖାତା ଖୋଲି ନପାରି କଙ୍ଗାରୁ ଦଳ ପ୍ରଥମ ୱିକେଟ ହରାଇଥିଲା । ତୃତୀୟ ଦିନ ଷ୍ଟମ୍ପ ପ୍ରସାରମ ବେଳକୁ ଦଳର ୩ଟି ୱିକେଟ ପତନ ହୋଇ ସାରିଥିଲା । ଚତୁର୍ଥ ଦିନରେ ୨୩୮ରନ କରି ସମସ୍ତ ୱିକେଟ ହରାଇଥିଲା ଘରୋଇ ଦଳ । ଫଳରେ ଭାରତ ୨୯୫ରନର ବୃହତ ବିଜୟ ହାସଲ କରିଛି । ଭାରତ ପକ୍ଷରୁ ଦ୍ବିତୀୟ ପାଳିରେ ବୁମରା ୩ଟି ୱିକେଟ ହାସଲ କରିଛନ୍ତି । ସିରିଜର ଦ୍ବିତୀୟ ଟେଷ୍ଟ ମ୍ୟାଚ ଡିସେମ୍ବର ୬ରୁ ଆଡିଲେଡରେ ଖେଳାଯିବ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.