ପ୍ରମୂଖ ଖବର
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

୪୦୦ କୋଟି ପାର କରି ଏହି ୮ଟି ଫିଲ୍ମର ରେକର୍ଡ ଭାଙ୍ଗିଲା ରଜନୀକାନ୍ତଙ୍କ ଫିଲ୍ମ 'କୁଲି', ଜାଣନ୍ତୁ ...

Published By : Anindita Ratha | August 21, 2025 9:48 AM

ମୁମ୍ବାଇ,୨୧/୦୮:ରଜନୀକାନ୍ତଙ୍କ ଆକ୍ସନ୍-ଥ୍ରୀଲର୍‌ ଫିଲ୍ମ 'କୁଲି'। ନିଜର ଆୟକୁ ନେଇ ବେଶ ଚର୍ଚ୍ଚାରେ। 'କୁଲି' ବିଶ୍ୱବ୍ୟାପୀ ୪୦୦ କୋଟି ଟଙ୍କା ରୋଜଗାର କରିଛି। ରଜନୀକାନ୍ତଙ୍କ ଏହି ଫିଲ୍ମ ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଫିଲ୍ମ ତାଲିକାରେ ତୃତୀୟ ସ୍ଥାନରେ ରହିଛି। ତେବେ ଆସନ୍ତୁ ଜାଣିବା ରଜନୀକାନ୍ତଙ୍କ ଏହି ଆକ୍ସନ୍ ଥ୍ରୀଲର୍‌ ସିନେମା କେଉଁ ଫିଲ୍ମର ରେକର୍ଡ ଭାଙ୍ଗିଛି।

ସାକନିଲ୍କର ରିପୋର୍ଟ ଅନୁଯାୟୀ, 'କୁଲି' ସାରା ବିଶ୍ୱରେ ୪୧୮ କୋଟି ଟଙ୍କା ରୋଜଗାର କରିଛି। ସେହିପରି ଭାରତରେ ଏହା ୭ ଦିନରେ ୨୨୨.୫୯ କୋଟି ଟଙ୍କା ରୋଜଗାର କରିଛି। ଭାରତର ମୋଟ୍ ସଂଗ୍ରହ ବିଷୟରେ କହିବାକୁ ଗଲେ, ଏହି ସଂଖ୍ୟା ୨୫୫.୮ କୋଟିରେ ପହଞ୍ଚିଛି। ରଜନୀକାନ୍ତଙ୍କ ଏହି ଆକ୍ସନ୍ ଫିଲ୍ମ  ଅନେକ ବଡ଼ ବଡ଼ ଫିଲ୍ମକୁ ପଛରେ ପକାଇ ଦେଇଛି।ଯେପରିକି ସାଉଥର  ଆନିମେଟେଡ୍ ସିନେମା 'ମହାବତାର ନରସିଂହ', ହ୍ରିତିକ୍ ରୋଶନଙ୍କ 'ୱାର୍ ୨', ଅକ୍ଷୟ କୁମାରଙ୍କ 'ହାଉସଫୁଲ୍ ୫', ଅଜୟ ଦେବଗନଙ୍କ 'ରେଡ୍ ୨', ଆମିର ଖାନଙ୍କ 'ସୀତାରେ ଜମିନ୍ ପର', ରାମ ଚରଣଙ୍କ 'ଗେମ୍ ଚେଞ୍ଜର୍', ସଲମାନ ଖାନଙ୍କ 'ସିକନ୍ଦର' ଏବଂ ମୋହନଲାଲଙ୍କ 'ଥୁଡାରାମ' ଅନ୍ତର୍ଭୁକ୍ତ। ରଜନୀକାନ୍ତଙ୍କ ଏହି ସିନେମା ଏବେ ବି ଦୁଇଟି ଫିଲ୍ମ ପଛରେ ଅଛି। ଏଥିରେ ଭିକି କୌଶଲଙ୍କ 'ଛାଭା' ଏବଂ ଆହାନ ପାଣ୍ଡେଙ୍କ 'ସୈୟାରା' ଅନ୍ତର୍ଭୁକ୍ତ। 'ଛାଭା' ୮୦୭.୯୧ କୋଟି ଏବଂ 'ସୈୟାରା' ୫୪୮.୧୬ କୋଟି ଟଙ୍କା ସଂଗ୍ରହ କରିଛି। ସଂଖ୍ୟା ଅନୁଯାୟୀ, 'କୁଲି' 'ଛାଭା'ଠାରୁ ୩୮୯.୯୧ କୋଟି ଏବଂ 'ସୈୟାରା'ଠାରୁ ୧୩୦.୧୬ କୋଟି ଟଙ୍କା ପଛରେ ଅଛି। ତେବେ ଆଗାମୀ ଦିନରେ ରଜନୀକାନ୍ତଙ୍କ ସିନେମାର ଆୟ ଆହୁରି ବଢ଼ିପାରେ ବୋଲି ଆଶା ରହିଛି।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.