ଅଲଜେରିଆ ,୦୫/୧୧: ନାମ କମେଇଲେ । ଦେଶ ପାଇଁ ପଦକ ଜିତିଲେ । ସେ ପୁଣି ଅଲମ୍ପିକ୍ସରେ ଗୋଲ୍ଡ ମେଡାଲ । ପ୍ରଶଂସା ସାଉଁଟିଲେ । ହେଲେ ଏବେ ବିବାଦରେ ଛନ୍ଦି ହୋଇ ପଡିଛନ୍ତି ଅଲଜେରିଆର ବକ୍ସର ଇମାନ ଖଲିଫ । ମହିଳା ବର୍ଗରେ ପ୍ୟାରିସ ଅଲମ୍ପିକ୍ସରେ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କୁ ପଛରେ ପକାଇ ସ୍ବର୍ଣ୍ଣ ପଦକ ଜିତିଥିଲେ । ଏବେ ତାଙ୍କ ଜେଣ୍ଡର ବା ଲିଙ୍ଗକୁ ନେଇ କିଛି ବଡ କଥା ସାମ୍ନାକୁ ଆସିଛି । ମେଡିକାଲ ରିପୋର୍ଟରୁ ଇମାନ ଖଲିଫ ଜଣେ ମହିଳା ନୁହଁନ୍ତି ବରଂ ପୁରୁଷ ବୋଲି ଜଣାପଡିଛି ଯାହା ତାଙ୍କୁ ଅଡୁଆରେ ପକାଇଛି ।
ରିପୋର୍ଟ ଅନୁଯାୟୀ ଖଲିଫଙ୍କ ଶରୀରରେ ଅତିରିକ୍ତ ଏକ୍ସ ୱାଇ କ୍ରୋମୋଜୋମ ଅଛି । ଯାହା ୫- ଆଲଫା ରେଡକ୍ଟେଜ୍ ଡିସ୍ଅର୍ଡର ଅଭାବକୁ ଦର୍ଶାଉଛି । ଏହା ସହିତ ତାଙ୍କ ଶରୀରରେ ଗର୍ଭାଶୟ ମଧ୍ୟ ନାହିଁ । ଏମଆରଆଇରେ ଇମାନର ଶରୀର ଭିତରେ ମାଇକ୍ରୋପେନିସ ବା ପୁରୁଷଙ୍କ ଯୌନାଙ୍ଗ ଥିବା ଜଣାପଡିଛି । ଅଲମ୍ପିକ୍ସ ସମୟରେ ଇମାନଙ୍କ ଶରୀରେ ଏକ୍ସ ୱାଇ କ୍ରୋମୋଜୋମ ଅଛି ବୋଲି ସାଥୀ ଖେଳାଳି ତଥା ଅନେକ ମହିଳା ବକ୍ସର ପରୋକ୍ଷରେ ଇଙ୍ଗିତ କରିଥିଲେ । ମାତ୍ର ଅଲମ୍ପିକ୍ସ କମିଟି ଖଲିଫଙ୍କ ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନଥିଲେ ।
ଏହି ବିବାଦକୁ ନେଇ ଇମାନ ପୂର୍ବରୁ କହିଥିଲେ ମୁଁ ଜଣେ ମହିଳାଙ୍କ ଜନ୍ମ ପାଇଛି, ମହିଳାଙ୍କ ପରି ବଞ୍ଚୁଛି ଏବଂ ମୁଁ ଅଲମ୍ପିକ୍ସ ପାଇଁ ଯୋଗ୍ୟ । ଇମାନ ଖଲିଫଙ୍କ ନାମରେ ଏହି ଖୁଲାସା ହେବା ପରେ ଆଗକୁ କଣ ପଦକ୍ଷେପ ନିଆଯିବ ତାକୁ ଅପେକ୍ଷା ।