ଆସ୍କା, ୨୮।୮ : ଗଞ୍ଜାମ ଜିଲ୍ଲା ଶେରଗଡ଼ରେ ଅଭାବନୀୟ ଘଟଣା । କେନାଲରେ ଗାଧୋଇବା ବେଳେ  ୧୦ ବର୍ଷର ନାବାଳକ ନିଖୋଜ।  ନିଖୋଜ ନାବାଳକ ଜଣଙ୍କ ହେଲେ କୃଷ୍ଣ ନାୟକ । ସେ ଶେରଗଡ଼ ଆଇ.ବି ନିକଟସ୍ଥ କେନାଲରେ ଗାଧେଇବା ସମୟରେ କେନାଲ ପାଣିରେ ଭାସି ଯାଇଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି  ଖୋଜାଖୋଜି କରୁଛନ୍ତି l