ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଅନ୍ୟ କାହା ସହ ବାହାଘର ସହିପାରିଲାନି ପ୍ରେମିକ: ନିଜେ ଜଳିଲା ପ୍ରେମିକାକୁ ବି ଜାଳିଲା, ଜଣଙ୍କର ମୃତ୍ୟୁ

Published By : Bijay Swain | January 31, 2025 8:11 PM

ନୂଆଦିଲ୍ଲୀ: ପ୍ରେମିକାର ବାହାଘର ସ୍ଥିର ହୋଇଗଲା ବୋଲି ସହିପାରିଲାନି ପ୍ରେମିକ। ପେଟ୍ରୋଲ ଢାଳି ନିଜେ ଜଳିଲା, ପ୍ରେମିକାକୁ ବି ଜାଳିଲା। ଘଟଣାରେ ୨୨ ବର୍ଷୀୟା ପ୍ରେମିକା ନିଲୁ ଯାଦବଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରେମିକ ଏବେ ଡାକ୍ତରଖାନାରେ ମରଣ ସହ ସଂଗ୍ରାମ କରୁଛି। 

ଘଟଣା ଘଟିଛି ଉତ୍ତର ପ୍ରଦେଶର ପ୍ରତାପଗଡ଼ରେ। ଖବର ମୁତାବକ ଆସନ୍ତା ମାର୍ଚ୍ଚ ୨ ତାରିଖରେ ନିଲୁଙ୍କର ବିବାହ ଠିକ୍ ହୋଇଥିଲା। ହେଲେ ଏହି ଖବର ପ୍ରେମିକ ବିକାଶ ପାଖରେ ପହଞ୍ଚିବା ପରେ ସେ ହଠାତ୍ ଏକଥାକୁ ବିଶ୍ୱାସ କରିପାରିଲା ନାହିଁ। ମନ ଭିତରେ ଅନେକ କିଛି ଯୋଜନା କରିଥିଲା ବିକାଶ।  

ଶୁକ୍ରବାର ସକାଳେ ନିଲୁ ସ୍କୁଲକୁ ପାଠ ପଢାଇବାକୁ ବାହାରିଥିବା ବେଳେ ଯୋଜନା ମୁତାବକ କାମ କରିଥିଲା ବିକାଶ। ନିଲୁଙ୍କୁ ଅଧାରାସ୍ତାରେ ଅଟକାଇ ନିଜ ଫାର୍ମକୁ ଡାକି ନେଇଥିଲା। ନିଲୁ ଫାର୍ମରେ ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ବିକାଶ ଉଭୟଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଭୀଷଣ ନିଆଁରେ ଦୁଇ ଜଣଙ୍କ ଶରୀର ଜଳି ଯାଇଥିଲା। ଘଟଣାରେ ପ୍ରେମିକା ନିଲୁଙ୍କର ମୃତ୍ୟୁ ହୋଇଥିବା ବେଳେ ୨୯ ବର୍ଷୀଯ ବିକାଶର ଅବସ୍ଥା ଗୁରୁତର ରହିଛି। ବର୍ତ୍ତମାନ ସେ କୌଣସି ବିବୃତ୍ତି ଦେଇପାରିବେ ନାହିଁ ବୋଲି ପୋଲିସ କହିଛି। 

ଏହି ମାମଲାର ତଦନ୍ତ କରିବାକୁ ଯାଇଥିବା ପୋଲିସକୁ ଘଟଣାସ୍ଥଳରୁ ଏକ ବଟଲ ଭର୍ତ୍ତି ପେଟ୍ରୋଲ ମିଳିଛି। ଏହା ସହ ବିକାଶଙ୍କ ବାଇକ ସମେତ ଉଭୟଙ୍କ ମୋବାଇଲ ଫୋନ ମଧ୍ୟ ପୋଲିସ ଘଟଣାସ୍ଥଳରୁ ଜବତ କରିଛି। ତେବେ ଏହି ମାମଲାର ତଦନ୍ତ ଚାଲୁ ରହିଥିବା ବେଳେ ବିକାଶ ସୁସ୍ଥ ହେଲେ ସବୁ ତଥ୍ୟ ଜଣାପଡିବ ବୋଲି ପୋଲିସ କହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.