କର୍ଲାମୁଣ୍ଡା ୧୦/୧୧: ବିବାହର ପ୍ରଲୋଭନ ଦେଖାଇ ଜଣେ ନାବାଳିକା ପ୍ରେମିକା ସହ ଶାରୀରିକ ସଂପର୍କ ରଖିବା ଏବଂ ପରେ ପ୍ରେମିକା ଜଣକ ୩ ମାସର ଗର୍ଭବତୀ ଥିବା ଜାଣି ପ୍ରେମିକ ଜଣକ ବର୍ତ୍ତମାନ ଫେରାର ହୋଇଯାଇଛି । ଏହି ଘଟଣାକଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ମଦନପୁର ଗ୍ରାମର ଦ୍ରୋଣ ଦଣ୍ଡସେନାଙ୍କ ପୁଅ ସୁମନ୍ତ ଦଣ୍ଡସେନା ଜଣେ ନାବାଳିକା ସହ ପ୍ରେମ ସଂପର୍କ ରଖିଥିଲା। ନାବାଳିକାର ଅନିଛା ସତ୍ତ୍ବେ ତାକୁ ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସଂପର୍କ ମଧ୍ୟ ରଖିଥିଲା। ଏପରିକି ସୁମନ୍ତ ନାବାଳିକାକୁ ନେଇ ତାମିଲନାଡୁକୁ ଯାଇ ସେଠାରେ କିଛିଦିନ ସ୍ୱାମୀ-ସ୍ତ୍ରୀ ଭାବରେ ମଧ୍ୟ ରହିଥିଲେ। ଇତି ମଧ୍ୟରେ ନାବାଳିକା  ତିନିମାସର ଗର୍ଭବତୀ ଥିବା ଜଣାଯାଇଛି । ତେବେ ସୁମନ୍ତର ପରିବାର ଲୋକେ ନାବାଳିକା ଭିନ୍ନ ଜାତିର ହୋଇଥିବାରୁ ଘରକୁ ନେବାକୁ ବାରଣ କରିଥିଲେ। ନାବାଳିକାକୁ ତାଙ୍କ ଘରେ ଛାଡିଦେଇ ସୁମନ୍ତ ଫେରାର ମାରିଥିବା ପୁଲିସରେ ଅଭିଯୋଗ ହୋଇଛି। ମ.ରାମପୁର ଥାନାରେ ଏକ ମାମଲା ଦାୟର ହୋଇଛି । କେସିଙ୍ଗା ଏସଡିପିଓ ସନ୍ଦୀପ କୁମାର ମାଝୀଙ୍କ ତତ୍ୱାବଧାନରେ ମ.ରାମପୁର ଥାନାଧିକାରୀ ବୀରବର ଭଗତଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୁଲିସ ଟିମ ଏହାର ତଦନ୍ତ କରୁଥିବା ଜଣାଯାଇଛି ।